ଦେଶ- ବିଦେଶ

ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭାବପ୍ରବଣ ହୋଇ କାନ୍ଦି ପକାଇଲେ ଯୁବକ

ସୁରଟ: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ଏମିତି ସେମିତିଙ୍କ ନୁହେଁ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସମ୍ପ୍ରତି ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଚିତ୍ର ଆଙ୍କିଥିଲେ । ଏହି ଚିତ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ ଏକ ଅଟୋଗ୍ରାଫ ନେବା ପାଇଁ ଅପେକ୍ଷା କରି ରହିଛି । ଏତେ ଉିଡ ପରେ ବି ସେ ଭାବପ୍ରବଣ ହୋଇ ତାଙ୍କ ହାତଅଙ୍କା ଚିତ୍ର ଧରି ମୋଦିଙ୍କୁ ଅପେକ୍ଷା କରିଛନ୍ତି। ସେହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କଠାରୁ ଉକ୍ତ ଚିତ୍ର ନେଇ ତା ଉପରେ ଅଟୋଗ୍ରାଫ ଦେଉଥିବାର ଦେଖିବାକୁ ମିଳୁଛି। ସେ ଅଟୋଗ୍ରାଫ ପାଇଁ ବ୍ୟାରିକେଡ ପଛରେ ରହି କାନ୍ଦୁଛନ୍ତି। ଏହି ଭିଡିଓଟି ମୋଦିଙ୍କ ଦ୍ୱାରା ସୁରଟ ଖାଦ୍ୟ ସୁରକ୍ଷା ସାଚୁରେସନ ଡ୍ରାଇଭ ଆରମ୍ଭ ସମୟରେ ଉତ୍ତୋଳନ କରାଯାଇଛି। ଯେଉଁଠାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ବଣ୍ଟନ କରାଯାଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button