ଏଣିକି ଅନ୍ଲାଇନ୍ରେ ପେଟ୍ରୋଲ,ଡ଼ିଜେଲ ଅର୍ଡ଼ର କରିପାରିବେ

ନୂଆଦିଲ୍ଲୀ: ସାଧାରଣତଃ ଅଧା ବାଟରେ ଗାଡିରୁ ତେଲ ସରିଗଲେ ଲୋକେ ଚିନ୍ତିତ ହୋଇପଡ଼ନ୍ତି । ଆଉ ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। କିନ୍ତୁ ଏଣିକି ଆପଣଙ୍କୁ ଏଥିନେଇ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ଖାଦ୍ୟ ଓ ପୋଷାକ ପରି ଏବେ ପେଟ୍ରୋଲ ବି ଅନ୍ଲାଇନ୍ରେ ଅର୍ଡର କରିପାରିବେ। ଆପଣ ଯେ କେଉଁଠି ଥିଲେ ବି ଆପଣଙ୍କ ପାଖରେ ପେଟ୍ରୋଲ ପହଞ୍ଚିବ। ତେବେ ଜାଣନ୍ତୁ କେମିତି କରିବେ ଅର୍ଡର।
ଯଦି ଆପଣ ଅନଲାଇନରେ ପେଟ୍ରୋଲ-ଡିଜେଲ ଅର୍ଡର କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଏଥିପାଇଁ କେବଳ ସ୍ମାର୍ଟଫୋନରେ ପ୍ଲେ ଷ୍ଟୋର ଖୋଲନ୍ତୁ । ପ୍ଲେ ଷ୍ଟୋରର ସର୍ଚ୍ଚ ବାରରେ ଆପଣଙ୍କୁ ଇଣ୍ଡିଆନ ଅଏଲର ଆପ ଦେଖାଯିବ। ଏହି ଆପକୁ ଫୋନରେ ଇନଷ୍ଟଲ କରନ୍ତୁ। ଯେତେବେଳେ ଏହି ଆପ ଖୋଲିବ, ଆପଣଙ୍କୁ ଏଠାରେ ଲଗଇନ କରିବାକୁ ପଡିବ।
ଯଦି ଆପଣଙ୍କର ପୂର୍ବରୁ ଏହି ଆପ ଅଛି, ସାଇନ ଅପ କରନ୍ତୁ। ଏସବୁ କରିବା ପରେ ପ୍ରଥମେ ସ୍କ୍ରିନରେ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ । ରାଜ୍ୟ ଚୟନ କରିବା ପରେ ରେଜିଷ୍ଟର କରନ୍ତୁ। ଏହା ପରେ, ଆପ୍ ଆପଣଙ୍କୁ କରେଣ୍ଟ ଲୋକେଶନ ଡିକ୍ଟେକ କରିଦେବ। ଏହାପରେ ଆପଣ ପେଟ୍ରୋଲ-ଡିଜେଲ ଅର୍ଡର କରିଲେ ସେହି ସ୍ଥାନକୁ ଅର୍ଡର ଫଟାଫଟ ପହଞ୍ଚିିଯିବ। ତେବେ ବର୍ତ୍ତମାନ ଏହି ସୁବିଧା କେବଳ ବଡ ଇଞ୍ଜିନ ଥିବା ଯାନଗୁଡିକ ପାଇଁ ଉପଲବ୍ଧ। ଜେସିବି, କ୍ରେନ କିମ୍ବା ବଡ ଟ୍ରକ ଥିବା ଲୋକମାନେ ଏହି ସୁବିଧା ପାଉଛନ୍ତି। ଯଦି ଆପଣ ଆପ୍ ଇନଷ୍ଟଲ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଇଣ୍ଡିଆନ ଅଏଲ ଅନଲାଇନ ୱେବସାଇଟକୁ ଯାଇ ଇନ୍ଧନ ଅର୍ଡର କରିପାରିବେ।