ଦେଶ- ବିଦେଶ

ମହିଳାଙ୍କୁ ମାଗଣାରେ ସ୍କୁଟି ଦେବେ ସରକାର

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତ୍ୟେକ ମହିଳାଙ୍କୁ ମିଳିବ ମାଗଣାରେ ସ୍କୁଟି । ଉତ୍ତର ପ୍ରଦେଶ ସରକାର ମହିଳାଙ୍କୁ ସ୍କୁଟି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାର ନାମ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ରଖାଯାଇଛି । ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯାଉଛି । ଆସନ୍ତୁ ଜାଣିବା ରାଜ୍ୟ ସରକାର କେଉଁ ମହିଳାଙ୍କୁ ମାଗଣା ସ୍କୁଟି ଦେବେ ଏବଂ ଏହି ଯୋଜନାରୁ ସେମାନେ କିପରି ଲାଭ ପାଇ ପାରିବେ?

କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ମହିଳାଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପରିଚାଳିତ କରୁଛନ୍ତି । ଏବେ ଉତ୍ତର ପ୍ରଦେଶ ସରକାର ରାଜ୍ୟର ମହିଳାମାନଙ୍କୁ ମାଗଣା ସ୍କୁଟି ଯୋଗାଇବାକୁ ଯାଉଛନ୍ତି । ଏହି ଯୋଜନାର ନାମ ରଖାଯାଇଛି ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ।

ରାଜ୍ୟ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳର ଅନେକ ଝିଅ ଉଚ୍ଚଶିକ୍ଷା ପାଇଁ ସହରକୁ ଯିବାର ସାମର୍ଥ୍ୟ ନ ଥିବାରୁ ସେମାନଙ୍କର ଶିକ୍ଷା ଅଧାରେ ଅଟକି ଯାଉଛି । ଦ୍ୱାଦଶ ଶ୍ରେଣୀରେ ଭଲ ଫଳାଫଳ ଆଣିଥିବା ଝିଅମାନଙ୍କୁ ଉତ୍ତର ପ୍ରଦେଶ ସରକାର ମାଗଣା ସ୍କୁଟି ଯୋଗାଇବେ । ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟ ବୋର୍ଡ ଏବଂ ସିବିଏସ୍‌ଇ ବୋର୍ଡରେ ପଢ଼ୁଥିବା ଝିଅ ଛାତ୍ରୀମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ ।

ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାର ଲାଭ ଝିଅମାନେ କିପରି ପାଇବେ ସେ ବିଷୟରେ ଆବଶ୍ୟକୀୟ ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଆହୁରି ଅନେକ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଗ୍ରାମାଞ୍ଚଳରୁ ପ୍ରୟାଗରାଜ ଏବଂ ଲକ୍ଷ୍ନୌ ଭଳି ସହରକୁ ଶିକ୍ଷା ଗ୍ରହଣ କରିବା ପାଇଁ ଆସୁଥିବା ଝିଅମାନଙ୍କୁ ସୁରକ୍ଷିତ ଏବଂ ସୁଲଭ ଘର ଯୋଗାଇବା ପାଇଁ ଉତ୍ତର ପ୍ରଦେଶ ସରକାର ଖୁବ ଶୀଘ୍ର ବାଳିକା ଛାତ୍ର ଗୃହ ଯୋଜନା ଆରମ୍ଭ କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାଗୁଡ଼ିକ ଲକ୍ଷ ଲକ୍ଷ ଝିଅଙ୍କୁ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button