ଦେଶ- ବିଦେଶ

ଏଠି ମଦ ଅଧିକ ପିଅନ୍ତି ମହିଳା : ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ମଦ ପିଇବାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ଜଣାଯାଇଛି । ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି। ସର୍ଭେ ମୁତାବକ ଭାରତର ଉତ୍ତର-ପୂର୍ବ ରାଜ୍ୟ ତାଲିକାରେ ମଦ ପିଉଥିବା ଲୋକ ସଂଖ୍ୟା ଅଧିକ ରହିଛି।

ସର୍ଭେ ଅନୁଯାୟୀ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ମଦ ପିଇବା ତାଲିକାର ଶୀର୍ଷରେ ଅଛନ୍ତି। ଦେଶର ଆସାମ ରାଜ୍ୟର ମହିଳାମାନେ ସବୁଠୁ ଅଧିକ ମଦ ପିଉଛନ୍ତି। ଆସାମ ରାଜ୍ୟରେ ୧୫-୧୯ ବର୍ଷ ମଧ୍ୟରେ ମଦ ପିଉଥିବା ମହିଳାଙ୍କ ସଂଖ୍ୟା ୧.୨ ପ୍ରତିଶତ ରହିଛି। ସେହିପରି ଆସାମରେ ଏହି ସଂଖ୍ୟା ବଢିଯାଇଛି।ସର୍ଭେ ମୁତାବକ, ଆସାମରେ ୧୬.୫ ପ୍ରତିଶତ ମହିଳାମାନେ ମଦର ସେବନ କରୁଛନ୍ତି। ଯାହା ଏହି ଦେଶର ବାକି ରାଜ୍ୟମାନଙ୍କ ତାଲିକାରେ ସବୁଠାରୁ ଟପରେ ଅଛି।

ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୮.୭ ପ୍ରତିଶତ ମହିଳାମାନେ ମଦ ପିଉଛନ୍ତି। ଅରୁଣାଚଳ ପ୍ରଦେଶ ତୃତୀୟ ସ୍ଥାନରେ ଅଛି। ଏଠାରେ ୩.୩ ପ୍ରତିଶତ ମହିଳା ମଦ ସେବନ କରୁଛନ୍ତି। ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ସିକ୍କିମ ଏବଂ ଛତିଶଗଡ଼। ଏଠାରେ ୦.୩ ଏବଂ ୦.୨ ପ୍ରତିଶତ ମହିଳାମାନେ ମଦ ପିଇଥାଆନ୍ତି। ଏହି ସର୍ଭେରେ ଅରୁଣାଚଳ ପ୍ରଦେଶରେ ପୁରୁଷ ସବୁଠୁ ଅଧିକ ମଦ ସେବନ କରୁଛନ୍ତି। ଏଠାରେ ୧୫ରୁ ୪୯ ବର୍ଷ ମଧ୍ୟରେ ୫୯ ପ୍ରତିଶତ ପୁରୁଷ ମଦ ପିଉଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button