ଦେଶ- ବିଦେଶ

ଟ୍ରମ୍ପଙ୍କ ଶପଥ ଗ୍ରହଣରେ ବାଧକ ସାଜିଲା ଶୀତ: ହେଲା ସ୍ଥାନ ପରିବର୍ତ୍ତନ

ୱାଶିଂଟନ୍‌: ଆସନ୍ତା ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍ । ଏହି ଶପଥ ଗ୍ରହଣ ଉତ୍ସବରେ ଏବେ ବାଧକ ସାଜିଛି ଶୀତ । ଭୀଷଣ ଶୀତ ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୦ ତାରିଖରେ ତାପମାତ୍ରା ସର୍ବନିମ୍ନ ରେକର୍ଡ଼ ସ୍ତର ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ସତର୍କତା ଜାରି କରାଯାଇଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ ଲେଖିଛନ୍ତି ଯେ, ୱାଶିଂଟନ୍ ଡିସିରେ ୨୦ ଜାନୁଆରୀ ତାପମାତ୍ରା ସର୍ବନିମ୍ନ ରେକର୍ଡ଼ ସ୍ତର ଛୁଇଁବ ।ଏହାକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟାଲ ରୋଟୁଣ୍ଡା(ହଲ୍‌)ରେ ଆୟୋଜନ କରିବା ନେଇ ନିର୍ଦ୍ଦେଶ ଦେଇଛି । ସମର୍ଥକମାନେ କ୍ୟାପିଟାଲ ୱାନ୍ ଏରିନା ଭିତରେ ସ୍କ୍ରିନରେ ସମାରୋହ ଦେଖିପାରିବେ। କ୍ୟାପିଟାଲ ୱାନ୍ ଆରେନା ହେଉଛି ୱାଶିଂଟନ୍‌, ଡି.ସି.ର ସହରତଳି ଅଞ୍ଚଳରେ ଅବସ୍ଥିତ । ୨୦,୦୦୦ ଲୋକଙ୍କ ବସିବା ପାଇଁ କ୍ଷମତାବିଶିଷ୍ଟ ଏକ ବୃତ୍ତିଗତ ବାସ୍କେଟବଲ୍ ଏବଂ ହକି ଏରିଆ।

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟାଲ ବାହାରେ ଯଥା ନ୍ୟାସନାଲ ମଲରେ ଆୟୋଜିତ ହେବାର ଥିଲା । କିନ୍ତୁ ଏଥର ପ୍ରାୟ ୪୦ ବର୍ଷ ପରେ ଏହା ଭିତରେ ଆୟୋଜିତ ହେବ । ଏହା ପୂର୍ବରୁ ଭୀଷଣ ଶୀତ ପାଇଁ ୧୯୮୫ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗନଙ୍କ ଶପଥ ଗ୍ରହଣ ଉତ୍ସବ ବି ରୋଟୁଣ୍ଡା(ହଲ୍‌)ରେ ଅନୁଷ୍ଠିତ ହୋଇଥିଲା । ଜାନୁଆରୀ ୨୦ ଅର୍ଥାତ ସୋମବାର ଶପଥ ଗ୍ରହଣ ସମୟରେ ୱାଶିଂଟନର ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଭୀଷଣ ଥଣ୍ଡା ପବନ ପ୍ରବାହିତ ହେବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button