ମନୋରଞ୍ଜନ

ବଲିଉଡ଼ରେ ଏଯାଏଁ କାମ କରିବାର ଶୈଳୀ ଜାଣିପାରିଲିନି : ଏପରି କହିଲେ ପରିଣୀତି

ମୁମ୍ବାଇ: ବଲିଉଡ଼ରେ କାମ କରିବାର ଶୈଳୀକୁ ଏଯାଏଁ ବୁଝି ପାରିଲି ନାହିଁ । ମୁଁ କେବଳ ଅଭିନୟ ପ୍ରତି ଗୁରୁତ୍ୱ ଦେଲି । ଯେଉଁଥିପାଇଁ ଯେଭଳି ସଫଳତା ଆଶା କରିଥିଲି, ସେମିତି ସଫଳତା ପାରି ପାରିଲି ନାହିଁ । ଏପରି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ।

ବଲିଉଡ଼ର ଖୁବ ପରିଶ୍ରମୀ ଅଭିନେତ୍ରୀଙ୍କ ମଧ୍ୟରୁ ପରିଣୀତି ହେଉଛନ୍ତି ଅନ୍ୟତମ । ପରିଣୀତି ନିଜର ୧୪ବର୍ଷର କ୍ୟାରିୟର ମଧ୍ୟରେ ଅନେକ ସିନେମାରେ କାମ କରି ସାରିଛନ୍ତି। ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ସେତିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ପସନ୍ଦ କରନ୍ତି । କିନ୍ତୁ ଦୁଃଖର ବିଷୟ ସିନେମା ଜୀବନକୁ ନେଇ ସେ ଯେଭଳି ସଫଳତା ଆଶା କରିଥିଲେ ସେମତି ସଫଳତା ପାଇ ପାରି ନାହାନ୍ତି । ନିକଟରେ ଏକ ସାକ୍ଷାତକାରରେ ପରିଣୀତି କହିଛନ୍ତି ଯେ, ମୁଁ ଲମ୍ବା ସମୟ ଧରି ବଲିଉଡ଼ ସହିତ ଜଡ଼ିତ ରହିଛି । ହେଲେ ସିନେମା ଜଗତରେ କାମ କରିବାର ଶୈଳୀ କଦାପି ଜାଣି ପାରିଲି ନାହିଁ। କାରଣ ମୁଁ ସର୍ବଦା ନିଜର ଅଭିନୟ ଉପରେ ଧ୍ୟାନ ଦେଇଥିଲି। ମୋର ଠାରୁ ଅଧିକ ଆଜିକାଲିର ନୂଆ କଳାକାରମାନେ ଜାଣିଛନ୍ତି। ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ସିନେମା ଜଗତରେ ପ୍ରବେଶ କରୁଛନ୍ତି। ଯେଉଁ କାରଣରୁ ସେମାନେ ଖୁବ୍ କମ୍ ସମୟରେ ସଫଳତା ପାଇ ପାରୁଛନ୍ତି ।

ନୂଆ କଳାକାରମାନଙ୍କୁ ଭଲ ଭାବେ ଜଣା ଯେ, କାହାକୁ କେଉଁ ସମୟରେ ଫୋନ କରିବାର ଅଛି। କାହାକୁ ମେସେଜ କରିବାର ଅଛି। କେଉଁ ସମୟରେ କେଉଁ ଦଳ ସହ ମିଶିବାର ଅଛି ଇତ୍ୟାଦି ଇତ୍ୟାଦି। ହେଲେ ମୁଁ ଏସବୁ କିଛି କରି ପାରିଲି ନାହିଁ। କେବଳ ଅଭିନୟ ଉପରେ ଧ୍ୟାନ ଦେଲି ତେଣୁ ସିନେମା ଜଗତରେ ଆଗକୁ ବଢ଼ି ପାରିଲି ନାହିଁ ବୋଲି ଖୋଲାଖୋଲି କହିଛନ୍ତି ପରିଣୀତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button