ଖେଳ ଖବର

ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଖେଳାଳି କାହିଁକି ପିନ୍ଧନ୍ତି ଧଳା କୋଟ୍

ନୂଆଦିଲ୍ଲୀ: ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଟିମ୍‌କୁ ଧଳା କୋର୍ଟରେ ଦେଖିବାକୁ ମିଳିଥିଲା । ଏଥର ନୁହେଁ ପୂର୍ବରୁ ବି ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଖେଳାଳିମାନେ ଧଳା କୋଟ୍ ପିନ୍ଧଛନ୍ତି । ହେଲେ ଆପଣ ଜାଣନ୍ତି କି ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ପ୍ରତ୍ୟେକ ଖେଳାଳି ଧଳା କୋଟ୍ କାହିଁକି ପିନ୍ଧନ୍ତି । ଆସନ୍ତୁ ଜାଣିବା ଏହାର ପଛର କାରଣ ..

ଦୁବାଇରେ ଦମ୍ ଦେଖାଇଲା ଇଣ୍ଡିଆ ଟିମ୍ । ଚାମ୍ପିୟନ୍ସ ଟ୍ରଫିର ଚାମ୍ପିୟନ ଭାରତ ହେବା ପରେ ପଡିଆରେ ଦେଖିବାକୁ ମିଳିଥିଲା ଭିନ୍ନ ଭିନ୍ନ ଚିତ୍ର । ଖୁସିର ସୀମା ଡେଇଁଥିଲା, ଶୁଭେଚ୍ଛା ସାରା ବିଶ୍ୱରୁ ଛୁଟୁଥିଲା । ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଗୋଟି ଗୋଟି ଖୁସିର ମୁହୂର୍ତ୍ତ ଦେଖି ଖେଳପ୍ରେମୀ ବି ଆନନ୍ଦିତ ହୋଇଥିଲେ । ବିଜୟୀ ଟିମ୍ ଧଳା କୋଟ୍ ପିନ୍ଧିବାର ନଜର ଆସିଥିଲେ । ଧଳା କୋଟ୍ ପିନ୍ଧି ସମସ୍ତେ ଫଟୋ ସେସନରେ ସାମିଲ ହୋଇଥିଲେ । ୨୦୨୩ରେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଜିତିବା ପରେ ଧଳା କୋଟ୍ ପିନ୍ଧିବା ପରି । ସେହି ସମୟର ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି ।

୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା । ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ । ତେଣୁ ଧଳାକୁ ଗୁରୁତ୍ୱ ମିଳୁଛି ଆଉ ସବୁ ବିଜେତା ଟିମଙ୍କୁ ପିନ୍ଧାଯାଉଛି । ଧଳା ଜ୍ୟାକେଟ୍ ସେମାନେ ପିନ୍ଧନ୍ତି ଯେଉଁମାନଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ । ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକ ଠାରୁ ଭିନ୍ନ କରିଥାଏ । ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ ଅଫିସରେ ରଖାଯାଏ କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତି ଖେଳାଳିଙ୍କ ପାଖରେ ରହିଥାଏ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button