ଦେଶ- ବିଦେଶ

କେଉଁଠି ରହିବେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ସରକାରୀ ବାସଭବନ ଶିଶ୍‌ମହଲକୁ ଯିବେ ନାହିଁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏଥିଲାଗି ତିନୋଟି ବଙ୍ଗଳା ଉପରେ ନିଷ୍ପତ୍ତି ନିଆଯାଇପାରେ । ଏହି ଆବାସିକ ବଙ୍ଗଳା ମଧ୍ୟରୁ ଦୁଇଟି କେନ୍ଦ୍ରୀୟ ଦିଲ୍ଲୀର ଡିଡିୟୁ ମାର୍ଗରେ ଅବସ୍ଥିତ ଏବଂ ତୃତୀୟଟି ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସର ରାଜପୁର ରୋଡରେ ରହିଛି । ହେଲେ ସେ କେଉଁଠି ରହିବେ ସେ ନେଇ ସ୍ଥିର ହୋଇପାରିନାହିଁ ।

ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପାଇଁ ତିନୋଟି ଆବାସିକ ବାସସ୍ଥାନ ବିକଳ୍ପ ଚୟନ କରିଛି। ଏଥିମଧ୍ୟରୁ ଦୁଇଟି ଆବାସିକ ବଙ୍ଗଳା କେନ୍ଦ୍ରୀୟ ଦିଲ୍ଲୀର ଡିଡିୟୁ ମାର୍ଗରେ ଅବସ୍ଥିତ, ଯେଉଁଠାରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଏବଂ ବିଜେପି ଜାତୀୟ ମୁଖ୍ୟାଳୟ ରହିଛି । ସେହିପରି ତୃତୀୟଟି ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସର ରାଜପୁର ରୋଡରେ ଅବସ୍ଥିତ। ମରାମତି ପରେ ସବୁକୁ ସଂକ୍ଷିପ୍ତ ତାଲିକାଭୁକ୍ତ ବା ସର୍ଟଲିଷ୍ଟ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଏଗୁଡ଼ିକ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ଘରଗୁଡ଼ିକୁ ସେ ପରିଦର୍ଶନ କରିବା ପରେ ଉପଯୁକ୍ତ ଘର ଚୂଡ଼ାନ୍ତ ହେବ ବୋଲି ଜଣାଯାଇଛି ।

ଚୂଡ଼ାନ୍ତ ଗୃହକୁ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଅନୁମୋଦନ ଏବଂ ଆବଣ୍ଟନ କରାଯିବ। ଏହି ସପ୍ତାହର ଆରମ୍ଭରେ ବିଜେପି ନେତାମାନେ ଜିଦ ଧରି କହିଥିଲେ ଯେ ନୂତନ ମୁଖ୍ୟମନ୍ତ୍ରୀ ୬, ଫ୍ଲାଗ ଷ୍ଟାଫ ରୋଡ ବଙ୍ଗଳାରେ ରହିବେ ନାହିଁ। ଯେଉଁଟି ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତାଙ୍କ ବାସଭବନ ଥିଲା । ଦିଲ୍ଲୀ ନିର୍ବାଚନ ସମୟରେ ହୋଇଥିବା ଦୁର୍ନୀତିକୁ ଉଜାଗର କରିବା ପାଇଁ ବିଜେପି ଏହାକୁ ଶିଶମହଲ ନାମରେ ନାମିତ କରିଥିଲା।

ସିଏମ ଗୁପ୍ତା ମଧ୍ୟ ନିଶ୍ଚିତ କରିଥିଲେ ଯେ ସେ ‘ଶିଶମହଲ’ ପରିଦର୍ଶନ କରିବେ ନାହିଁ। ସେ ବର୍ତ୍ତମାନ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଶାଲିମାର ବାଗରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button