ବିଶେଷ

ମହିଳା ଏହି ନିୟମ ନମାନିଲେ ମିଳେ ଦଣ୍ଡ

ନୂଆଦିଲ୍ଲୀ: ବିଦେଶରେ, ଆପଣ ସମୁଦ୍ର କୂଳରେ ବିକିନି ପିନ୍ଧିଥିବା ମହିଳାଙ୍କ ଅନେକ ଫଟୋ ନିଶ୍ଚୟ ଦେଖିଥିବେ। ଏହି ମହିଳାମାନଙ୍କୁ ଦେଖି, ଅନେକ ଲୋକ ବିକିନି ପିନ୍ଧିବାକୁ ଏବଂ ସମାନ ଉପାୟରେ ସେମାନଙ୍କର ଫଟୋ କ୍ଲିକ୍ କରିବାକୁ ଆଗ୍ରହୀ ହୋଇଯାଆନ୍ତି। ଯଦି ଆପଣ ମଧ୍ୟ ବିଦେଶ ଭ୍ରମଣ କରି ବିକିନି ପିନ୍ଧି ପୋଜ୍ ଦେବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ କିଛି ଦେଶର ନିୟମ ବିଷୟରେ ଜାଣିବା ଉଚିତ।

ଅନେକ ଦେଶରେ ବିକିନି ପିନ୍ଧିବା ନିଷେଧ। ଏପରି କରିବା ଦ୍ୱାରା ଦଣ୍ଡ ମଧ୍ୟ ମିଳିଥାଏ। ତେଣୁ, ଆପଣ ସେହି ଦେଶଗୁଡ଼ିକ ବିଷୟରେ ସଚେତନ ହେବା ଉଚିତ ଯେଉଁଠାରେ ବିକିନି ପିନ୍ଧିବା ନିଷେଧ।

ସ୍ପେନର ବାର୍ସିଲୋନା ସହର ବହୁତ ସୁନ୍ଦର ଏବଂ ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହି ଦେଶ ୨୦୧୧ ମସିହାରେ ବାର୍ସିଲୋନା ଏବଂ ମାଲୋର୍କାର ରାସ୍ତାରେ ବିକିନି ପିନ୍ଧିବାକୁ ନିଷେଧ କରିଥିଲା। କେବଳ ବେଳାଭୂମି କିମ୍ବା ଏହାର ଆଖପାଖ ଅଞ୍ଚଳରେ ବିକିନି ପିନ୍ଧିବାକୁ ଅନୁମତି ଦିଆଯାଇଛି। ଯଦି ଏହା କରାଯାଏ ନାହିଁ, ତେବେ ଜରିମାନା ଆଦାୟ କରାଯାଏ।

ସଂଯୁକ୍ତ ଆରବ ଏମିରେଟ୍ସ ଇସଲାମିକ ଆଇନ ଅନୁସାରେ ଚାଲିଥାଏ। ଏଠାରେ ବିକିନି କିମ୍ବା ସର୍ଟସ୍ ପିନ୍ଧିବା ଉପରେ ମଧ୍ୟ ନିଷେଧ ଅଛି। ଏଠାକାର ବେଳାଭୂମିରେ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ଛୋଟ ପୋଷାକ ପିନ୍ଧିପାରିବେ ନାହିଁ।

ସାରା ବିଶ୍ୱର ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ମାଳଦ୍ୱୀପରେ ମଧ୍ୟ ବିକିନି ନେଇ ନିୟମ ଅଛି। ହଜାର ହଜାର ଦମ୍ପତି ଏଠାକୁ ଆସନ୍ତି, କିନ୍ତୁ ଏହି ଦେଶର ବେଳାଭୂମିରେ ଶରୀର ଦେଖାଯାଉଥିବା ପୋଷାକ ପିନ୍ଧିବା ନିଷେଧ। ତଥାପି, ଆପଣ କିଛି ବେଳାଭୂମିରେ ବିକିନି ପିନ୍ଧିପାରିବେ।

କ୍ରୋଏସିଆର ସୁନ୍ଦର ହଭାର ଦ୍ୱୀପରେ ପୁରୁଷ ଏବଂ ମହିଳାଙ୍କ ଛୋଟ ପୋଷାକ ପିନ୍ଧିବା ଉପରେ ନିଷେଧ ଅଛି। ଯଦି ଏପରି କରୁଥିବା ଧରାପଡ଼େ, ତେବେ ଆର୍ôଥକ ଦଣ୍ଡ ଲାଗୁ କରାଯାଏ।ସ୍ୱିଜରଲ୍ୟାଣ୍ଡର ଜେନେଭାରେ ମଧ୍ୟ ବିକିନି ପିନ୍ଧିବା ନିଷେଧ। ଏଠାରେ ଆଣ୍ଠୁ ଉପରକୁ ପୋଷାକ ପିନ୍ଧିବା ମଧ୍ୟ ନିଷେଧ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button