ଦେଶ- ବିଦେଶ

ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ

ମହାରାଷ୍ଟ୍ର: ସତରେ ଛୁରା ମାଡ଼ ହୋଇଥିଲା ନା ଆକ୍ଟିଙ୍ଗ କରୁଥିଲେ ବଲିଉଡ଼ ଅଭିନେତା ସୈଫ ଅଲ୍ଲି ଖାଁ । ଏବେ ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ। ପ୍ରକୃତରେ ଆକ୍ରମଣରେ ଆହତ ହୋଇଥିଲେ ନା ଆକ୍ଟିଙ୍ଗ କରୁଥିଲେ ସୈଫ। ଯଦି ସତରେ ଆହତ ହୋଇଥିଲେ ଏତେ ଶୀଘ୍ର କିପରି ସୁସ୍ଥ ହେଲେ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣଙ୍କ ମନରେ ଉଙ୍କି ମାରୁଛି। କେବଳ ଲୋକଙ୍କ ମଧ୍ୟରେ ଏପରି ଟୁପୁର ଟାପୁର ହେଉଛି ତାହା ନୁହେଁ। ସୈଫଙ୍କ ଶୀଘ୍ର ସୁସ୍ଥ ହେବାକୁ ନେଇ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନିତେଶ ରାଣେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ମହାରାଷ୍ଟ୍ରର ଫଡନଭୀସ ସରକାରଙ୍କ ମନ୍ତ୍ରୀ ଏବଂ ବିଜେପି ନେତା ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କୁ ପ୍ରଶ୍ନ କରିଛନ୍ତିି ଯେ, ତାଙ୍କ ଉପରେ ପ୍ରକୃତରେ ଆକ୍ରମଣ କରାଯାଇଥିଲା ନା ସେ କେବଳ ଅଭିନୟ କରୁଥିଲେ? ମାତ୍ର ୫ ଦିନରେ ହୋଇଗଲେ ସୁସ୍ଥ । ଯଦି ଦେଖିବା ସୈଫଙ୍କ ଉପରେ ମାତ୍ର ପାଞ୍ଚ ଦିନ ତଳେ ଆକ୍ରମଣ ହୋଇଥିଲା। ଆଉ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାକି ତାଙ୍କୁ ମେଡ଼ିକାଲ ନେଇଥିବା ଅଟୋବାଲା କହିଥିବା ଜଣା ପଡ଼ିଛି।

ସୈଫ ଯଦି ସତରେ ଏତେ ଗୁରୁତର ହୋଇଥିଲେ। ତାହାଲେ ମାତ୍ର ୫ ଦିନ ଭିତରେ କିପରି ସୁସ୍ଥ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ। ପୂର୍ବରୁ ଶିବସେନା ନେତା ସଞ୍ଜୟ ନିରୁପମ ମଧ୍ୟ କହିଥିଲେ ଯେ ସୈଫ ଅଲ୍ଲୀ ଖାନ ୫ ଦିନରେ ଏତେ ଫିଟ୍ କିପରି ହୋଇଗଲେ। ଯଦି ଜଣଙ୍କ ଉପରେ ଛୁରା ମାଡ଼ ହୋଇଥିବ । ଆଉ ତାଙ୍କର ସର୍ଜରୀ ମଧ୍ୟ ହୋଇଥିବ। ସେ ଏତେ ଶୀଘ୍ର କିପରି ସୁସ୍ଥ ହୋଇପାରିବେ। ଅତିକମରେ ଜଣଙ୍କୁ ସୁସ୍ଥ ହେବା ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିଯିବ। ହେଲେ ସୈଫ ମାତ୍ର ୫ ଦିନରେ ଭଲ ହୋଇଗଲେ।

ମୁଁ ତାଙ୍କୁ ହସ୍ପିଟାଲରୁ ବାହାରକୁ ଆସୁଥିବାର ଦେଖିଲି। ହେଲେ ତାଙ୍କୁ ଦେଖି ମତେ ସନ୍ଦେହ ହେଲା। ପ୍ରକୃତରେ ତାଙ୍କ ଉପରେ ଛୁରା ମାଡ଼ ହୋଇଛି ନା ସେ ଅଭିନୟ କରୁଛନ୍ତି। କାରଣ ସେ ଚାଲିବା ସମୟରେ ନାଚୁଥିଲେ। ଯାହାକି ସମସ୍ତଙ୍କୁ ତାଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରିବ ବୋଲି କହିଛନ୍ତି ମନ୍ତ୍ରୀ ନିତେଶ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button