ଦେଶ- ବିଦେଶ

ଗଛର ସୁରକ୍ଷା ନେଇ ଦେଲେ ଚେତାବନୀ, ଯୁବତୀଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ। ସେମିତି ଆଉ କିଛି ଭିଡିଓ ମଧ୍ୟ ଶିକ୍ଷଣୀୟ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଜଣେ ଯୁବତୀ ଏକ ଶୁଖିଲା ଗଛ ଉପରେ ଚଢି ଗଛର ସୁରକ୍ଷା ନେଇ ଲୋକଙ୍କୁ ଚେତାବନୀ ଦେଉଛନ୍ତି । କହୁଛନ୍ତି ଯିଏ ଗଛ କାଟିବ, ମୁଁ ତାକୁ ହତ୍ୟା କରି ଗଛରେ ଝୁଲାଇ ଦେବି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଏକ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ସେ ଏକ ଶୁଖିଲା ଗଛ ଉପରେ ଚଢ଼ି ଡାଳରେ ବସି ରହିଛନ୍ତି । ଆଉ ସେଠାରେ ବସି କହୁଛନ୍ତି, ମୁଁ ଗଛର ରାଣୀ ଏବଂ ମୋ କାହାଣୀ ଏତେ ଶୀଘ୍ର ଶେଷ ହେବ ନାହିଁ। ମୁଁ ତୁମକୁ ଅନେକ ଚେତାବନୀ ଦେଇଛି କିନ୍ତୁ ଏହା ସତ୍ତ୍ୱେ ମୁଁ ଶୁଣିଛି ଯେ କିଛି ତୁଚ୍ଛ ପ୍ରାଣୀ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଗଛ କାଟୁଛନ୍ତି। ତେଣୁ ମୁଁ ସେହି ଲୋକମାନଙ୍କୁ ଚେତାବନୀ ଦେଉଛି ଯେ, ଗଛ କାଟିବା ବନ୍ଦ କରନ୍ତୁ, ପ୍ରକୃତିର କ୍ଷତି କରିବା ବନ୍ଦ କରନ୍ତୁ, ନଚେତ୍ ମୁଁ ତୁମ ସମସ୍ତଙ୍କୁ ଧ୍ୱଂସ କରିବା ପାଇଁ ନିଆଁ ଲଗାଇ ଦେବି, କେହି ବଞ୍ଚିବେ ନାହିଁ, ସମସ୍ତେ ମରିଯିବେ। ମୁଁ ସମସ୍ତଙ୍କୁ ଗଛରେ ଝୁଲାଇ ହତ୍ୟା କରିବି। ଏହା ବ୍ୟତୀତ, ସେ ଆହୁରି ଅନେକ କଥା ମଧ୍ୟ କୁହନ୍ତି।

ଏହି ଭିଡ଼ିଓଙ୍କୁ ଦେଖିବା ପରେ ଅନେକ ଯୁବତୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହେଲେ ଆଉ କିଛି ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ କରିବା ଉଚିତ୍ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button