ଦେଶ- ବିଦେଶ

ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ବିରୁଷ୍କା

ନୂଆଦିଲ୍ଲୀ: ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ବିରୁଷ୍କା । ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରୁ ଭାରତ ଫେରିବା ପରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କୋହଲି ପୂର୍ବରୁ ପ୍ରେମାନନ୍ଦ ମହାରାଜଙ୍କୁ ଅନେକବାର ଭେଟିଛନ୍ତି।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ କିଛି ବିଶେଷ ନ ଥିଲା। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଫେରିବା ପରେ କୋହଲି ଏବଂ ଅନୁଷ୍କା ସେମାନଙ୍କ ପିଲାମାନଙ୍କ ସହିତ ପ୍ରେମାନନ୍ଦ ମହାରାଜଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କୁ କହିଥିଲେ, “ଗତ ଥର ଯେତେବେଳେ ଆମେ ଆସିଥିଲୁ, ଆମ ମନରେ କିଛି ପ୍ରଶ୍ନ ଥିଲା। କିନ୍ତୁ ବସିଥିବା ସମସ୍ତ ଲୋକ ସମାନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ଏଥର ମଧ୍ୟ, ଯେତେବେଳେ ଆମେ ଏଠାକୁ ଆସିବା ବିଷୟରେ କଥା ହେଉଥିଲୁ। ସେତେବେଳେ ମନରେ ବିଭିନ୍ନ ପ୍ରଶ୍ନ ଆସୁଥିଲା। ଆପଣ ଆମକୁ କେବଳ ପ୍ରେମ ଏବଂ ଭକ୍ତି ଦିଅନ୍ତୁ।

ବିବାହ ପୂର୍ବରୁ ବିରାଟ କୋହଲିଙ୍କର ଈଶ୍ୱରଙ୍କ ଉପରେ ବିଶ୍ୱାସ କମ ଥିଲା। କିନ୍ତୁ ଅନୁଷ୍କାଙ୍କୁ ବିବାହ କରିବା ପରେ ସେ ବଦଳିଗଲେ। ବିରାଟ ପୂର୍ବରୁ ପ୍ରେମାନନ୍ଦ ମହାରାଜଙ୍କୁ ମଧ୍ୟ ଭେଟିଛନ୍ତି। ସେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ କୈଞ୍ଚି ଧାମ ମଧ୍ୟ ପରିଦର୍ଶନ କରିଛନ୍ତି। କୋହଲି ଏବେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏହା ପୂର୍ବରୁ ସେ ପରିବାରକୁ ସମୟ ଦେଉଛନ୍ତି।

ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ଅପରାଜିତ ୧୦୦ ରନ କରିଥିଲେ। କିନ୍ତୁ ଏହା ପରେ, ସେ କିଛି ବିଶେଷ କରିପାରି ନ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button