ଦେଶ- ବିଦେଶ

ରାମ ମନ୍ଦିରରେ ବିଦେଶୀ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ମିଳିବ ଭିଆଇପି ଏଣ୍ଟ୍ରି

ନୂଆଦିଲ୍ଲୀ: ବିଦେଶୀ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏଣିକି ଅଯୋଧ୍ୟାର ରାମ ମନ୍ଦିରକୁ ଆସୁଥିବା ବିଦେଶୀ ଶ୍ରଦ୍ଧାଳୁମାନଙ୍କୁ ମିଳିବ ଭିଆଇପି ଏଣ୍ଟ୍ରିର ସୁବିଧା। ବିଦେଶୀ ତୀର୍ଥଯାତ୍ରୀ ବର୍ତ୍ତମାନ ନିଜ ପାସପୋର୍ଟ ଦେଖାଇ ଭିଆଇପି ପାସ ପ୍ରାପ୍ତ କରିପାରିବେ ଏବଂ ରାମ ଜନ୍ମଭୂମିରେ ସ୍ପେଶାଲ ଏଣ୍ଟ୍ରି ପାଇ ପାରିବେ ବୋଲି ରାମ ମନ୍ଦିର ଟ୍ରଷ୍ଟ ଘୋଷଣା କରିଛି ।

ଦିନକୁ ଦିନ ଅଯୋଧ୍ୟାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ରାମ ମନ୍ଦିର ଟ୍ରଷ୍ଟ ତୀର୍ଥଯାତ୍ରୀଙ୍କ ଅନୁଭବକୁ ଉତ୍ତମ କରିବା ଲାଗି ଏହି ସୁବିଧାଗୁଡ଼ିକୁ ଆପଣାଉଛି। ଅଯୋଧ୍ୟାର ଆଞ୍ଚଳିକ ପର୍ଯ୍ୟଟନ ଅଧିକାରୀ ଆରପି ଯାଦବ କହିଛନ୍ତି ଯେ, ବିଦେଶୀ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀଙ୍କ ସେବା କେନ୍ଦ୍ରରେ ନିଜର ପାସପୋର୍ଟ ଦେଖାଇ ରାମ ଜନ୍ମଭୂମିରେ ଭିଆଇପି ଦର୍ଶନ ପାଇଁ ପାସ୍ ପ୍ରାପ୍ତ କରିପାରିବେ।

ଗତ ୨୦ ଦିନରେ ୧୦୦ରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିବା ଲାଗି ମନ୍ଦିରକୁ ଆସିଥିଲେ। ଏମିତି କି ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ ଅନେକ ବିଦେଶୀ ଏବଂ ପ୍ରବାସୀ ଭାରତୀୟ ଶ୍ରଦ୍ଧାଳୁ ଅଯୋଧ୍ୟାରେ ମଧ୍ୟ ରହୁଛନ୍ତି। ଏଥିରେ କିଛି ଶ୍ରଦ୍ଧାଳୁ ପ୍ରଥମେ ରାମଲଲାଙ୍କ ମନ୍ଦିରରେ ଦର୍ଶନ କରିବା ପରେ ମହାକୁମ୍ଭକୁ ଯାଉଛନ୍ତି। ତେଣୁ ସେମାନଙ୍କ ଲାଗି ଏପରି ବ୍ୟବସ୍ଥା କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button