ରିଲିଜ ହେଲା ଫିଲ୍ମ ‘ଛାବା’ର ଟ୍ରେଲର : ଦମଦାର ଚରିତ୍ରରେ ବିକି କୌଶଲ

ମୁମ୍ବାଇ: ରିଲିଜ ହେଲା ବିକି କୌଶଲ- ରଶ୍ମିକା ମନ୍ଦନାଙ୍କ ଅପକମିଂ ଫିଲ୍ମ ‘ଛାବା’ର ଟ୍ରେଲର। ଜବରଦସ୍ତ ଚରିତ୍ରରେ ନଜର ଆସିଛନ୍ତି ବିକି। ଛତ୍ରପତି ସମ୍ଭାଜୀଙ୍କ ଚରିତ୍ରକୁ ବେଶ ନିଖୁଣ ଭାବେ ପରଦାରେ ଲିଭାଇଥିବା ଟ୍ରେଲରରୁ ଦେଖିବାକୁ ମିିଳିଛି। ଛତ୍ରପତି ସମ୍ଭାଜୀ ମହାରାଜଙ୍କ ସାହାସିକତାକୁ ନେଇ ଫିଲ୍ମର କାହାଣୀ।
ବିକି କୌଶଲ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ମରାଠା ସାମ୍ରାଜ୍ୟର ଗୌରବ ବଜାୟ ରଖିବା ଏବଂ ଦିଲ୍ଲୀ ସୁଲତାନତରୁ ଏହାକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ରଶ୍ମିକା ମନ୍ଦାନା ସମ୍ଭାଜୀ ମହାରାଜଙ୍କ ପତ୍ନୀ ୟେସୁବାଇ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟ ଖାନ୍ନା ଏହି ଚଳଚ୍ଚିତ୍ରରେ ମୋଗଲ ଶାସକ ଔରଙ୍ଗଜେବ ଭୂମିକାରେ ଅଭିନୟ କରିଛନ୍ତି।
ଛାୱାରେ ଭିକି କୌଶଲଙ୍କୁ ଦେଖି ଲୋକମାନେ ପ୍ରକୃତରେ ଅନୁଭବ କରୁଛନ୍ତି ଯେ ସେମାନେ ଜଣେ ଯୋଦ୍ଧାଙ୍କୁ ଦେଖୁଛନ୍ତି। ଅନ୍ୟପକ୍ଷରେ ଔରଙ୍ଗଜେବ ଭୂମିକାରେ ଅକ୍ଷୟ ଖାନ୍ନା ମଧ୍ୟ ଦମଦାର ଦେଖାଯାଉଛନ୍ତି। ଶିବାଜୀ ସାୱନ୍ତଙ୍କ ମରାଠୀ ଉପନ୍ୟାସ ‘ଛାବା’ ଉପରେ ଏହି ଫିଲ୍ମ ଆଧାରିତ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ଦିନେଶ ବିଜନ ଏବଂ ରଚନା କରିଛନ୍ତି ଏଆର ରେହମାନ। ଏହି ଫିଲ୍ମ ଫେବୃଆରୀ ୧୪ରେ ରିଲିଜ ହେବ।
ପ୍ରଥମର ଥର ପାଇଁ ବିକି କୌଶଲ- ରଶ୍ମିକା ମନ୍ଦାନଙ୍କୁ ଏହି ଫିଲ୍ମରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। କାହାଣୀ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆସା ରଖିଛନ୍ତି। ପ୍ରଥମ ଥର ପାଇଁ ରଶ୍ମିକାଙ୍କୁ ଭିନ୍ନ ଚରିିତ୍ରରେ ପରଦାରେ ଦେଖିବାକୁ ପାଇବେ ଦର୍ଶକ।