ଦେଶ- ବିଦେଶ

୯ବର୍ଷ ସାନ ଯୁବକଙ୍କ ପ୍ରେମରେ ପଡ଼ି ଆମେରିକାରୁ ଭାରତରେ ଆସିଲେ ବିଦେଶିନୀ

ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆରେ ଏକ ପ୍ରେମ କାହାଣୀ ଭାଇରାଲ ହେବାରେ ଲାଗିଛି। ଏମିତି ପ୍ରେମ କାହାଣୀ ପୂର୍ବରୁ ବି ସାମ୍ନାକୁ ଆସି ସାରିଛି। ପ୍ରେମ ପାଇଁ ଜଣେ ବିଦେଶିନୀ ଆମେରିକା ଛାଡ଼ି ଭାରତରେ ଆସି ପହଞ୍ଚିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ହେଉଛି ଏପରି….ଯୁବକ ଓ ବିଦେଶୀ ମହିଳାଙ୍କ ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ଚିହ୍ନା ପରିଚୟ ହୋଇଥିଲା। ତା’ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏପରି ଭାବେ କିଛି ମାସ ବିତିଯିବା ପରେ ବିଦେଶୀ ମହିଳା ଭାରତୀୟ ଯୁବକଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ଯୁବକ ବି ବିଦେଶିନୀଙ୍କ ପ୍ରେମ ପ୍ରସ୍ତାବକୁ ଅପଣାଇଥି‌ଲେ।

ଭାରତୀୟ ଯୁବକ ଚନ୍ଦନଙ୍କ ପ୍ରେମରେ ପଡ଼ିଥିବା ମହିଳାଙ୍କ ନାମ ଜ୍ୟାକଲିନ୍ ଫୋରେରୋ। ଜ୍ୟାକଲିନ୍ ପେଶାରେ ଜଣେ ଫଟୋଗ୍ରାଫର। ଜ୍ୟାକଲିନ୍ ଇନଷ୍ଟାଗ୍ରାମରେ ତାଙ୍କ ପ୍ରେମ କାହାଣୀ ସେୟାର କରି ଲେଖିଛନ୍ତି – “୧୪ ମାସ ପ୍ରେମ ସମ୍ପର୍କ‌ରେ ରହିବା ପରେ ଏବେ ଆମେ ଏକ ନୂତନ ଅଧ୍ୟାୟ ପାଇଁ ପ୍ରସ୍ତୁତ ହେଉଛୁ। ଚନ୍ଦନ ମୋ ଠାରୁ ନଅ ବର୍ଷ ସାନ। ଚନ୍ଦନ ମୋ ଜୀବନରେ ଏମିତି ଏକ ମଣିଷ ଯାହାଙ୍କୁ ମୁଁ ଅନେକ ଦିନ ହେବ ଖୋଜୁଥିଲି।’

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button