ଦେଶ- ବିଦେଶ

ରାମ ମନ୍ଦିରରେ ଅସମ୍ଭାଳ ଭିଡ଼: ୨୦ ଦିନରେ ମିଳିଥିବା ଦାନକୁ ଗଣି ହେଉନି

ଅଯୋଧ୍ୟା: ମହାକୁମ୍ଭ ମେଳା ଯୋଗୁଁ ପ୍ରୟାଗରାଜରୁ ଆରମ୍ଭ କରି ବାରାଣସୀ, ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି। ପ୍ରତିଦିନ ଭକ୍ତ ରାମ ମନ୍ଦିରରେ ଦାନ କରୁଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ରାମ ମନ୍ଦିରର ବିଭିନ୍ନ ଦାନ କାଉଣ୍ଟରରେ ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦାନ ମିଳିଛି। ହେଲେ ୨୦ଦିନ ମଧ୍ୟରେ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିପୁଳ ପରିମାଣରେ ଦାନ କରିଛନ୍ତି। ଯାହାକୁ ଏଯାବତ ଗଣା ଯାଇ ପାରୁ ନାହିଁ।

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇବା ପରେ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଏଥିଲାଗି ଅସମ୍ଭାଳ ଭିଡ଼ ହେଉଛି । ଅନେକ ଶ୍ରଦ୍ଧାଳୁ ଏପରି ବି ଅଛନ୍ତି ଯେଉଁମାନେ ପ୍ରବଳ ଭିଡ଼ ହେତୁ ଦାନ ବାକ୍ସ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି, ସେମାନେ ଭକ୍ତି ଭାବରେ ମନ୍ଦିର ପରିସରରେ ଦାନ କରି ଚାଲି ଯାଉଛନ୍ତି। ଯେବେଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି, ସେବେଠାରୁ ଭକ୍ତମାନଙ୍କଠାରୁ ନିରନ୍ତର ଦାନ ଗ୍ରହଣ କରାଯାଉଛି। ହେଲେ ଗତ ୨୦ ଦିନ ମଧ୍ୟରେ ଶ୍ରଦ୍ଧାଳୁମାନେ କରୁଥିବା ଦାନକୁ ଗଣି ଗଣି ଥକି ପଡ଼ିଲେଣି ମନ୍ଦିର ପ୍ରଶାସନ କର୍ମଚାରୀମାନେ । ମହାକୁମ୍ଭ ଶେଷ ଯାଏଁ ଏପରି ଭିଡ଼ ଲାଗି ରହିବ ବୋଲି ଜଣାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button