ମନୋରଞ୍ଜନ

ମହିଳା ଫ୍ୟାନ୍ସଙ୍କୁ କିସ୍ କଲେ ଉଦିତ ନାରାୟଣ

ମୁମ୍ବାଇ: ଉଦିତ ନାରାୟଣ ଜଣେ ପ୍ରସିଦ୍ଧ ବଲିଉଡ ଗାୟକ। ତାଙ୍କ କଣ୍ଠରେ ଗୀତ ଶୁଣିବା ପାଇଁ ପାଗଳ ହୋଇଯାଆନ୍ତି ପ୍ରଶଂସକ। ଉଦିତ ତାଙ୍କ କ୍ୟାରିୟରରୁ ଏପର୍ଯ୍ୟ୍ୟନ୍ତ ଅନେକ ହିଟ୍ ଗୀତ ଗାଇ ସାରିଛନ୍ତି। ନିକଟରେ, ଏକ ଲାଇଭ୍ ସୋ’ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ସହ କିଛି ଏପରି କରିଥିଲେ ଯାହା ପାଇଁ ତାଙ୍କୁ ଅନେକ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ୁଛି।

ଉଦିତ ଏକ ଲାଇଭ୍ ଶୋ’ ସମୟରେ ଜଣେ ମହିଳା ପ୍ରଶଂସକଙ୍କୁ କିସ୍ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଉଦିତ ନାରାୟଣ ଟିପ୍ ଟିପ୍ ବରସା ପାନି ଗୀତରେ ପ୍ରଦର୍ଶନ କରୁଥିଲେ। ଏହି ସମୟରେ, ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସିଥିଲେ। ସେଲଫି ନେବା ସମୟରେ ମହିଳା ପ୍ରଶଂସକ ଉଦିତଙ୍କୁ କିସ୍ କରିଥିଲେ। ଏହା ପରେ ଉଦିତ ନାରାୟଣ ମହିଳାଙ୍କୁ ମଧ୍ୟ କିସ୍ କରିଥିଲେ।

ଲାଇଭ ସୋ’ରେ ଯେତେବେଳେ ଆଉ ଜଣେ ମହିଳା ପ୍ରଶଂସକ ସେଲଫି ନେବାକୁ ଉଦିତଙ୍କ ପାଖକୁ ଆସିଲେ ତାଙ୍କୁ ମଧ୍ୟ କିସ୍ କରିଥିଲେ। ଏବେ ଉଦିତ ନାରାୟଣଙ୍କ ଲାଇଭ୍ ପ୍ରଦର୍ଶନ ସମୟରେ ତାଙ୍କ ମହିଳା ପ୍ରଶଂସକମାନଙ୍କୁ ଚୁମ୍ବନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫ୍ୟାନ୍ସ ମଧ୍ୟ ଭିଡିଓରେ ଅନେକ ପ୍ରକାର କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button