ଦେଶ- ବିଦେଶ

ପଶୁପକ୍ଷୀଙ୍କୁ ଗରମ ହେବନି ବୋଲି ଚିଡ଼ିଆଖାନାରେ ଲାଗିଛି ଫ୍ୟାନ ଓ କୁଲର

ଜୟପୁର: ଗ୍ରୀଷ୍ମର ଦାଉରୁ କେହି ବି ବର୍ତ୍ତି ପାରୁ ନାହାନ୍ତି । ଏପ୍ରିଲ ମାସର ଖରା ଅସ୍ତବ୍ୟସ୍ତ କରିଦେଲାଣି । ଏପ୍ରିଲରୁ ଏତେ ଗରମ ଗୁଳୁଗୁଳି ହେଉଛି ଯେ ମେ ମାସ କଥା ଭାବିଲା ବେଳକୁ ମଣିଷ ମଥାରେ ହାତ ଦେଇ ଦେଉଛି । କାରଣ ଏବେଠୁ ଯଦି ଏତେ ଗ୍ରୀଷ୍ମ ପ୍ରବାହ ତାହାଲେ ଆଗାମୀ ଦିନରେ କଣ ହେବ ପରିସ୍ଥିତି ।

ଖରାକୁ ଦୃଷ୍ଟିରେ ରଖି ମଣିଷ କେତେ କଣ ନିରାପତ୍ତାର ବ୍ୟବସ୍ଥା କରୁଛି । ଘରୁ ବାହାରିବା ବେଳେ ସାଙ୍ଗରେ ପାଣି ବୋତଲ, ଛତା ଏବଂ ସନ ଗ୍ଲାସ ପିନ୍ଧୁଛି । ଖରା ପାଇଁ ଘରେ ଏସି, କୁଲର, ଫ୍ୟାନ ଆଦିର ବ୍ୟବସ୍ଥା ହେଉଛି । ମଣିଷମାନଙ୍କୁ ଯଦି ଏତେ ଗରମ ହେଉଛି ତାହାଲେ ଥରେ ଭାବିଲେ ପଶୁପକ୍ଷୀମାନଙ୍କୁ କେତେ ଗରମ ନହେଉଥିବ । ଜଙ୍ଗଲ ତାତିଲେ ତ ଜୀବଜନ୍ତୁମାନେ ପାଣି ପାଇଁ ଜନବସତି ମୁହାଁ ହୁଅନ୍ତି ଆଉ ଖରା ଦିନେ ଜଙ୍ଗଲ ଜଳିଲେ ଜଳିଯାଆନ୍ତି ବି ପଶୁପକ୍ଷୀ ।ମାତ୍ର ଚିଡିଆଖାନାରେ ଥିବା ପଶୁପକ୍ଷୀମାନେ କରୁଥିବେ କଣ ? ସେମାନଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ପାଇଁ କିଛି ବ୍ୟବସ୍ଥା ହୋଇଥାଏ କି ? ଯଦିଓ ପୂର୍ବରୁ ସେମାନଙ୍କୁ କେବଳ ପାଣିରେ ଗାଧୋଇ ଦିଆଯାଉଥିଲା ମାତ୍ର ଏବେ ସମୟ ବଦଳିବା ସହ ସେମାନଙ୍କ ପାଇଁ ମଧ୍ଯ ଫ୍ୟାନ, କୁଲରର ବ୍ୟବସ୍ଥା କରାଯାଉଛି ।

ରାଜସ୍ଥାନ ଉଦୟପୁର ସ୍ଥିତ ଚିଡିଆଖାନାରେ ପଶୁପକ୍ଷୀମାନଙ୍କ ପାଇଁ ପାଣି ଛିଞ୍ଚିବାର ବ୍ୟବସ୍ଥା କରାଯାଇଛି ତା ସହ ସେମାନଙ୍କୁ ନିୟମିତ ଗାଧୁଆଯାଉଛି । ଏଥିସହ କୁଲର, ଫ୍ୟାନ ମଦ୍ଯ ଲଗାଯାଇଛି । ଖାଲି ସେତିକି ନୁହେଁ ଗରମ ଦିନରେ ପଶୁପକ୍ଷୀ ମଧ୍ୟ ଥଣ୍ଡା ଜାତୀୟ ଖାଦ୍ୟ ପରଷିବା ସହ ସେମାନଙ୍କୁ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button