ମନୋରଞ୍ଜନ

ଟିକୁ ତଲସାନିଆଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌; ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବିଗିଡ଼ିଗଲା ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆଙ୍କ ସ୍ୱାସ୍ଥ୍ୟାବସ୍ଥା। ସେ ଗୁରୁତର ଥିବା ଜଣାଯାଇଛି । ଶନିବାର ସକାଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବା ଯୋଗୁ ତାଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କର ଆଶୁକାମନା କରିଛନ୍ତି ।

ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି, ଟିକୁଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ସେ ରାତି ପ୍ରାୟ ୮ଟାରେ ଫିଲ୍ମର ସ୍କ୍ରିନିଂ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସେ କହିଛନ୍ତି ।

ଟିକୁ ଏଭଳି ଜଣେ ଅଭିନେତା ଯିଏ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏହାଛଡ଼ା ସେ ଅନେକ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ବିଶେଷକରି ଜଣେ କମେଡିଆନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ଏବେ ତାଙ୍କୁ ନେଇ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଲାଗି ପ୍ରାର୍ଥନା କରିବା ସହ ଆଶୁ କାମନା କରୁଛନ୍ତି।୧୯୮୪ରେ ଟେଲି ଧାରାବାହିକ ‘ୟେ ହୈ ଜିନ୍ଦେଗୀ’ରୁ ଟିକୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୧୯୮୬ରେ ‘ପ୍ୟାର କେ ଦୋ ପଲ’ରୁ ଡେବ୍ୟୁ କରିଥିଲେ। ଶେଷ ଥର ପାଇଁ ସେ ‘ବିକ୍କି ବିଦ୍ୟା କି ବୋ ୱାଲା ଭିଡିଓ’ରେ ନଜର ଆସିଥିଲେ। ଏହା ଗତବର୍ଷ ଅକ୍ଟୋବରରେ ରିଲିଜ ହୋଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button