କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ତିନି ମୁଣ୍ଡିଆ ହାତୀ

ପ୍ରୟାଗରାଜ: ଆଉ ମାତ୍ର କେତେଟା ଦିନ ପରେ ଆରମ୍ଭ ହେବ ଉତ୍ତର ପ୍ରଦେଶ ପ୍ରୟାଗରାଜ କୁମ୍ଭମେଳା । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଏଥରକ ମହାକୁମ୍ଭରେ କୋଟି କୋଟି ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ବି ରହିଛି । ହେଲେ ଏହି କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ସାଜିବ ତିନି ମୁଣ୍ଡିଆ ହାତୀ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କୁମ୍ଭମେଳାରେ ଏକ ୩ ମୁଣ୍ଡିଆ ହାତୀ ବୁଲୁଛି। ଏହି ହାତୀର ୩ଟି ପାଟି ଓ ୩ଟି ଶୁଣ୍ଢ ରହିଛି । ଏହା ଉପରେ ବସିଛନ୍ତି ଜଣେ ମହନ୍ତ। ହାତୀ ଆଗରେ ଆଉ ଜଣେ ବ୍ୟକ୍ତି ହାତୀକୁ ବାଟ କଢ଼େଇ ତା’ ଆଗରେ ଚାଲିଛନ୍ତି । ଏହି ତିନି ମୁଣ୍ଡିଆ ହାତୀକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି ।
ଏହି ଭାଇରାଲ ଭିଡ଼ିଓକୁ ଲକ୍ଷାଧିକ ଲୋକ ଦେଖ ôସାରିଥିବା ବେଳେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏପରି ୩ ମୁଣ୍ଡିଆ ହାତୀ କେବେ ଲୋକେ ଦେଖି ନ ଥିଲେ । ଏହା ଈଶ୍ୱରଙ୍କ କୃପା ବୋଲି କହିଛନ୍ତି ।