ବିଶେଷ

ଦୁନିଆର ସବୁଠୁ ଛୋଟ ପାର୍କ

ନୂଆଦିଲ୍ଲୀ: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ପ୍ରତିଦିନ ନୂଆ ନାମ ଯୋଡା ହେଉଛି। କିନ୍ତୁ ନିକଟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଉଛି ଏକ ପାର୍କ। ସାଧାରଣତଃ, ଯେତେବେଳେ ଆମେ ଏକ ପାର୍କର କଳ୍ପନା କରୁ, ଆମେ ସବୁଜ ଗଛ, ଝୁଲା ଏବଂ ବସିବା ସ୍ଥାନ ଦେଖିଥାଉ। କିନ୍ତୁ ଜାପାନରେ ଅବସ୍ଥିତ ଏହି ପାର୍କ ଏହାର ଛୋଟ ସ୍ଥାନ ଏବଂ ନୂଆ ଡିଜାଇନ୍ ଯୋଗୁଁ ରେକର୍ଡ ବୁକରେ ସ୍ଥାନ ପାଇଛି।

ପ୍ରକୃତରେ, ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ବିଶ୍ୱର ସବୁଠାରୁ ଛୋଟ ପାର୍କ ମାତ୍ର ୦.୨୪ ବର୍ଗ ମିଟର ଏବଂ ଏହା ଜାପାନର ଶିଜୁଓକାର ନାଗାଇଜୁମି ସହରରେ ଅବସ୍ଥିତ। ଏହି ପାର୍କରେ ଏକ ଛୋଟ ପ୍ରବେଶ ଦ୍ୱାର, ଏକ ବେଞ୍ଚ ଏବଂ କିଛି ଘାସ ଅଛି। ଏଥିରେ ଛୋଟ ଗଛ ମଧ୍ୟ ଥିବା ଦାବି କରାଯାଉଛି। ଏହି ପାର୍କଟି ୧୯୮୮ ମସିହାରେ ନିର୍ମିତ ହୋଇଥିଲା ଏବଂ ଏବେ ଏହା ଇଣ୍ଟରନେଟରେ ଆଲୋଚନାର ବିଷୟ ପାଲଟିଛି।

ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ଏହି ପାର୍କର ଭିଡିଓ ସେୟାର କରିଛି, ଯାହାକୁ ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଭ୍ୟୁ ଏବଂ ୪୦୦ ରୁ ଅଧିକ ଲାଇକ୍ ମିଳିସାରିଛି। ତେବେ ମାତ୍ର କିଛି ସେଣ୍ଟିମିଟର ଆକାରର ହୋଇଥିଲେ ମଧ୍ୟ ଏହି ପାର୍କ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଦୂର ଦୂରାନ୍ତରରୁ ଲୋକେ ଏହି ନିଆରା ଛୋଟ ପାର୍କକୁ ଦେଖିବା ପାଇଁ ଆସୁଛନ୍ତି। ଜିଡବ୍ଲ୍ୟୁଆର୍ ଟିମ୍ ଏହି ପାର୍କକୁ ନିରୀକ୍ଷଣ କରିବା ପରେ ଏହାକୁ ବିଶ୍ୱର ସବୁଠାରୁ ଛୋଟ ପାର୍କ ଭାବେ ଘୋଷଣା କରାଯାଇଛି। ଏହି ପାର୍କର କ୍ଷେତ୍ରଫଳ ଏତେ ଛୋଟ ଯେ, ଏଥିରେ କେବଳ ଏକ ଛୋଟ ଚାରା ଗଛ ଏବଂ କିଛି ଘାସ ରହିପାରିବ ବୋଲି ଜିଡବ୍ଲ୍ୟୁଆର୍ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ବିଶ୍ୱର ସବୁଠାରୁ ଛୋଟ ପାର୍କର ରେକର୍ଡ ଆମେରିକାର ଓରେଗନରେ ଥିବା ମିଲ୍ ଏଣ୍ଡ୍‌ସ ପାର୍କ ନାମରେ ରହିଥିଲା। ଏହାର କ୍ଷେତ୍ରଫଳ ମାତ୍ର ୦.୨୯୨ ବର୍ଗ ମିଟର ରହିଥିଲା ଉକ୍ତ ରେକର୍ଡ ଏବେ ଭଙ୍ଗ ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button