ମନୋରଞ୍ଜନ

ତୃତୀୟ ଥର ବିବାହ କଲେ ସୁପରଷ୍ଟାର

ନୂଆଦିଲ୍ଲୀ: ତୃତୀୟ ଥର ବିବାହ କଲେ ସାଉଥ ସୁପରଷ୍ଟାର ବାଲା ଓରଫ ବାଲାକୁମାର । ସେ ତାଙ୍କ ମାମୁଁଙ୍କ ଝିଅ କୋକିଲାଙ୍କୁୁ ନିଜର ଜୀବନସାଥୀ କରିଛନ୍ତି । ବାଲାଙ୍କ ଏପରି ହଠାତ୍ ବିବାହକୁ ନେଇ ସିନେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଜେଲରୁ ବାହାରିବା ପରେ ବାଲାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ କାରଣ ପାଇଁ ହଠାତ ସେ ତୃତୀୟ ବିବାହ କଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ବାଲା ଏହି ବିବାହକୁ ନେଇ କହିଛନ୍ତି, ‘କୋକିଲା ବହୁତ ଭଲ ଝିଅଟିଏ । ତାଙ୍କ ଠାରୁ ଭଲ ଜୀବନସାଥୀ ମୁଁ ଯେତେ ଖୋଜିଥିଲେ ବି ପାଇ ପାରି ନଥାନ୍ତି। କୋକିଲା ଅନେକ ଦିନରୁ ମୋ ସହିତ ରହୁଛନ୍ତି। ସେ ମୋ ସହିତ ମୋର ଅସୁସ୍ଥ ମା’ର ଖୁବ ଯତ୍ନ ନେଉଛନ୍ତି।

ନିକଟରେ ବାଲାଙ୍କ ପ୍ରଥମ ସ୍ତ୍ରୀ କଣ୍ଠଶିଳ୍ପୀ ଅମୃତା ସୁରେଶ ଜୀବନ ପ୍ରତି ବିପଦ ଥିବା କହିବା ସହିତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଅମୃତାଙ୍କ ଏହି ଅଭିଯୋଗ କ୍ରମେ ବାଲାଙ୍କୁ ଗିରଫ କରାଯାଇ ଜେଲ ହୋଇଥିଲା। କିନ୍ତୁ କିଛି ସର୍ତ୍ତରେ ବାଲାଙ୍କୁ ଜାମିନ ମିଳି ଯାଇଛି। ସେ ଜେଲରୁ ବାହାରିିଛନ୍ତି। ଅମୃତା ଓ ବାଲାଙ୍କ ଏକ କନ୍ୟା ସନ୍ତାନ ଅଛନ୍ତି। ଅମୃତା ଓ ବାଲାଙ୍କ ବିବାହ ୨୦୧୦ ଅଗଷ୍ଟ ୨୭ ତାରିଖରେ ହୋଇଥିଲା । ପରେ ୨୦୧୯ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାର ଠିକ୍ ଦୁଇବର୍ଷ ପରେ ବାଲା ୨୦୨୧ ସେପ୍ଟେ୍ଟମ୍ବର ୫ ତାରିଖରେ ଏଲିଜାବେଥ ଉଦୟନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହ ବି ବେଶୀ ଦିନ ତିଷ୍ଠି ପାରି ନଥିଲା। ୨୦୨୩ରେ ଦୁହେଁ ଅଲଗା ହୋଇଯାଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button