ଦେଶ- ବିଦେଶ

୧୨ ବର୍ଷରେ ଥରେ ହୋଇଥାଏ କୁମ୍ଭମେଳା

ନୂଆଦିଲ୍ଲୀ: କୁମ୍ଭ ମେଳା ହେଉଛି ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିର ଏକ ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ସାଧାରଣତଃ ୧୨ ବର୍ଷରେ ଥରେ ହୋଇଥାଏ ଏହି କୁମ୍ଭ ମେଳା । ପ୍ରତି ତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାଶିକରେ ଅନୁଷ୍ଠିତ ହୋଇଥାଏ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ ଆୟୋଜିତ ହେଉଥିବା ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ, ପୌରାଣିକ ମତେ ଅମୃତ ହାଣ୍ଡି ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ହାଣ୍ଡିରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନରେ ପଡ଼ିଥିଲା । ସେଗୁଡ଼ିକ ହେଲା ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକ । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି । ୨୦୧୩ ମସିହାରେ ପ୍ରୟାଗରାଜରେ ଆୟୋଜିତ ହୋଇଥିଲା ମହାକୁମ୍ଭ । ପରବର୍ତ୍ତୀ ମହାକୁମ୍ଭ ୨୦୨୫ ରେ ହେବାକୁ ଯାଉଛି । ମହାକୁମ୍ବ ୧୨ ବର୍ଷରେ ଥରେ ସଂଗଠିତ ହୁଏ ଏବଂ ଏହା ପଛରେ ଏକ କାରଣ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହା କୁମ୍ଭର ସଂଗଠନ ଗ୍ରହମାନଙ୍କର ସ୍ଥିତି ଉପରେ ନିର୍ଭର କରେ । ବିଶେଷକରି ବୃହସ୍ପତି ଏବଂ ସୂର୍ଯ୍ୟଙ୍କର ରାଶି ଚିହ୍ନ। ବୃହସ୍ପତି ପ୍ରାୟ ୧୨ ବର୍ଷ ମଧ୍ୟରେ ଏହାର ୧୨ ରାଶି ଚିହ୍ନ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଘୂର୍ଣ୍ଣୟ କରନ୍ତି । ବୃହସ୍ପତି କୁମ୍ଭରେ ଏବଂ ସୂର୍ଯ୍ୟ ମେଷରେ ଥିବାବେଳେ ମହାକୁମ୍ବ ସଂଗଠିତ ହୁଏ। ଏହି କାରଣ ହେଉଛି ପ୍ରତି ୧୨ ବର୍ଷରେ ଏହି ମହାନ ପର୍ବ ପାଳନ କରାଯାଏ ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ମହାକୁମ୍ଭ ମେଳା । ଆସନ୍ତା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମେଳା ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥର ମହାକୁମ୍ଭରେ ଲକ୍ଷାଧିକ ତୀର୍ଥ ଯାତ୍ରୀ, ସାଧୁସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରଖିଛି ୟୁପି ସରକାର। ବୁଡ ପକାଇବା ପାଇଁ ୪୪ଟି ଘାଟର ବ୍ୟବସ୍ଥା କରିଛି ପ୍ରଶାସନ। ସେହିପରି ସାଧୁସନ୍ଥ ଓ ତୀର୍ଥଯାତ୍ରୀ ନଦୀରେ ବୁଡ ପକାଉଥିବା ସମୟରେ ଆକାଶମାର୍ଗରୁ ଫୁଲ ବର୍ଷା କରାଯିବ । ତୀର୍ଥଯାତ୍ରୀ, ସାଧୁ ସନ୍ଥ ଓ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ମେଳାରେ ସାମିଲ ହେବା ପାଇଁ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button