ଦେଶ- ବିଦେଶ

ଛାତିରେ ଆଙ୍କିଲେ ରତନ ଟାଟାଙ୍କ ପ୍ରତିଛବି

ନୂଆଦିଲ୍ଲୀ: ନିକଟରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ହରାଇବା ପରେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି, ଅଭିନେତାଅଭିନେତ୍ରୀଙ୍କ ସମେତ ବିଦେଶର ଲୋକମାନେ ବି ସୋସିଆଲ ମିଡିଆ ଜରିଆରେ ଟାଟା ଗ୍ରୁପର ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାରି ଭିତରେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ରତନ ଟାଟାଙ୍କ ପ୍ରତିଛବିକୁ ନିଜ ଛାତିରେ ଉତାରିଛନ୍ତି । ଏହାକୁ ଦେଖି ଲୋକେ ଉକ୍ତ ଯୁବକଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ଭାଇରାଲ ଭିଡ଼ିଓରେ ଯୁବକ ଜଣକ କହୁଛନ୍ତି ଯେ, କିଛି ବର୍ଷ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ କ୍ୟାନ୍ସର ହୋଇଥିଲା । ସେ ଚିକିତ୍ସା ପାଇଁ ଅନେକ ବଡ ବଡ ଡାକ୍ତରଖାନାର ଚକ୍କର କାଟୁଥିଲେ । ସବୁ ଜାଗାରେ ଅଧିକ ଟଙ୍କା କହୁଥିବା ବେଳେ ତାଙ୍କୁ ଟାଟା କ୍ୟାନ୍ସର ବିଷୟରେ ଜଣାପଡିଥିଲା । ଟାଟା କ୍ୟାନ୍ସର ହସ୍ପିଟାଲରେ ମାଗଣାରେ ଚିକିତ୍ସା ହେଉଥିବା ଜାଣି ସେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଉ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ରତନ ଟାଟା ପ୍ରତିଦିନ ଅନେର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ ତାଙ୍କୁ ରିୟଲ ଲାଇଫ ଗାର୍ଡ ମଧ୍ୟ କହିଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ଭାରତ ଏକ ବଡ କୋହିନୂରକୁ ହରେଇଛି ।

ଟାଟା ଗ୍ରୁପ୍‌କୁ ବିଶ୍ୱରେ ପରିଚିତ କରିବାରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ୱପ୍ନ ଦେଖିବାକୁ ଭୟ କରନାହିଁ। ସ୍ୱପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ୱୀକାର କରିବା ସହ ଗର୍ବିତ ହେବେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button