ଦେଶ- ବିଦେଶ

ତ୍ରିବେଣୀ ସଙ୍ଗମରେ କମିନି ବିଦେଶୀ ପକ୍ଷୀଙ୍କ ଭିଡ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିଲା ମହାକୁମ୍ଭ ମେଳା । ବିଶ୍ୱର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ଏହି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ପୁଣ୍ୟଅର୍ଜନ କରିଥିଲେ । ମହାକୁମ୍ଭ ସରିବାର ଇତିମଧ୍ୟରେ ୧୫ ଦିନ ବିତିଗଲାଣି । ସଙ୍ଗମ ସ୍ଥଳକୁ ଶ୍ରଦ୍ଧାଳୁଙ୍କ ଭିଡ ବି କମିଛି । ହେଲେ ତ୍ରିବେଣୀ ସଙ୍ଗମରେ ଆଜି ବି କମିନି ପକ୍ଷୀଙ୍କ ଭିଡ । ଏବେବି ସଙ୍ଗମ ସ୍ଥଳରେ ବିଦେଶୀ ପକ୍ଷୀଙ୍କ ସମାଗମ ରହିଛି । ସଙ୍ଗମସ୍ଥଳ ଉପରେ ପକ୍ଷୀଙ୍କ କିଟିକିମିଚିରି ଶବ୍ଦ ପରିବେଶକୁ ଆହୁରି ସୁନ୍ଦର କରୁଛି । ସବୁଠାରୁ ବଡ କଥା ହେଉଥି ମହାକୁମ୍ଭ ସରିବାର ୧୫ ଦିନ ପରେ ବି ପକ୍ଷୀଙ୍କ ସଂଖ୍ୟା କମିନାହିଁ ଯାହା ଅନୁକୂଳ ପରିବେଶର ସଙ୍କେତ ଦେଉଛି । ଭିନ୍ନ ଭିନ୍ନ ବିଦେଶୀ ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

ସାଧାରଣତଃ ସାଇବେରିଆ ପକ୍ଷୀ ଏବଂ ଅନ୍ୟ ବିଦେଶାଗତ ପକ୍ଷୀଙ୍କ ସମାଗମ ଶୀତ ଦିନରେ ସଙ୍ଗମ ଘାଟରେ ହୋଇଥାଏ । ଡିସେମ୍ବରରୁ ଫେବୃୟାରୀ ଶେଷ ଯାଏଁ ଏହି ବିଦେଶୀ ପକ୍ଷୀ ଉଡି ଆସି ପ୍ରୟାଗରାଜର ସଙ୍ଗମସ୍ଥଳରେ ଭିଡ ଜମାନ୍ତି । ଆଉ ମାର୍ଚ୍ଚ ଆରମ୍ଭରୁ ସେମାନେ ପୁଣି ଫେରିି ଯାଆନ୍ତି । ହେଲେ ଆଶ୍ଚର‌୍ୟ୍ୟର କଥା ହେଉଛି ବର୍ତ୍ତମାନ ମାର୍ଚ୍ଚ ଅଧା ହୋଇଥିଲେ ବି ସଙ୍ଗମସ୍ଥଳରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଯାହା ପକ୍ଷୀ ଗଣନାକାରୀ ଏବଂ ପକ୍ଷୀ ବୈଜ୍ଞାନିକଙ୍କୁ ଚକିତ କରିଛି । କୁହାଯାଉଛି ସଙ୍ଗମର ଜଳ ସ୍ୱଚ୍ଛତା କାରଣରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ପକ୍ଷୀମାନେ ଏଯାଏଁ ରହିଛନ୍ତି । ଜଳ ଯଦି ଅସ୍ୱଚ୍ଛ ଥାନ୍ତା ତାହାଲେ ବିଦେଶୀ ପକ୍ଷୀମାନେ କେବେଠୁ ଫେରି ଯାଆନ୍ତେଣି । ସଙ୍ଗମ ଜଳକୁ ମଝିରେ କିଛି ଲୋକ ଅସ୍ୱଚ୍ଛ ଏବଂ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ଆଣିଥିବା ବେଳେ ଏହାର ସ୍ୱଚ୍ଛତା ଏହି ବିଦେଶୀପକ୍ଷୀ ମାନେ ଦେଉଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button