ମନୋରଞ୍ଜନ

ରତନ ଟାଟାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ । ଜି ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରା ତାଙ୍କ ଜୀବନୀକୁ ନେଇ ଏକ ବାୟୋଗ୍ରାଫିକଲ ଫିଲ୍ମ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି। ଏହି ସିନେମା ସି୫ରେ ପ୍ରଦର୍ଶିତ କରାଯିବ। ଏହା ବିଭିନ୍ନ ଭାଷାରେ ଉପଲବ୍ଧ ହେବ ।
ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଦେଶର ରତ୍ନ ଥିବା ରତନ ଟାଟାଙ୍କୁ ହରାଇବା ପରେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ରାଜନେତା, ଖେଳାଳି, ଅଭିନେତାଅଭିନେତ୍ରୀଙ୍କ ସମେତ ବିଦେଶର ଲୋକମାନେ ବି ସୋସିଆଲ ମିଡିଆ ଜରିଆରେ ଟାଟା ଗ୍ରୁପର ଅଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଟାଟା ଗ୍ରୁପ୍‌କୁ ବିଶ୍ୱରେ ପରିଚିତ କରିବାରେ ସେ ଥିଲେ ବିନ୍ଧାଣି। ବ୍ୟବସାୟରେ ବିଚକ୍ଷଣ ଗୋଟିଚାଳନାରେ ସେ ଥିଲେ ସିଦ୍ଧହସ୍ତ। ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ୱପ୍ନ ଦେଖିବାକୁ ଭୟ କରନାହିଁ। ସ୍ୱପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ପ୍ରଥମେ ଲୋକମାନେ ଉପହାସ କରିପାରନ୍ତି, କିନ୍ତୁ ସଫଳତା ମିଳିବା ପରେ ସମସ୍ତେ ତାହାକୁ ସ୍ୱୀକାର କରିବା ସହ ଗର୍ବିତ ହେବେ। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟା ପଦ୍ମବିଭୂଷଣ ସମ୍ମାନ ପାଇଥିଲେ। ସେହିପରି ୨୦୦୪ ମସିହାରେ ରିପବ୍ଲିକ ଅପ ଉରୁଗୁଏ, ୟୁନିଭର୍ସିଟି ଅପ କ୍‌ଯାମ୍ପ୍ରିଜ, ଆଇଆଇଟି ବମ୍ୱେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅଜସ୍ର ସମ୍ମାନ ପାଇଛନ୍ତି ରତନ ଟାଟା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button