ରାଜ୍ୟ

ସାନଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ହାଣିଲା ବଡ଼ଭାଇ

ବଲାଙ୍ଗୀର: ଜମିଜମା ବିବାଦକୁ କେନ୍ଦ୍ରକରି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଧ୍ରୁବ ଆଡଯୁଏଡ ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳୀଙ୍କୁ ତାଙ୍କ ବଡ଼ ଭାଇ ପ୍ରସନ୍ନ ହାଣି ପକାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରସନ୍ନ ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି ।

ଧ୍ରୁବ ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଚାଷଜମିରେ କାମ କରୁଥିଲେ । ଏହି ସମୟରେ ଧ୍ରୁବଙ୍କ ବଡ଼ଭାଇ ପ୍ରସନ୍ନ ସେଠାରେ ପହଞ୍ଚିି ମୋ ଜମିରେ ତୁମେ କାହିଁକି ଚାଷ କରୁଛ ବୋଲି ପଚାରିଥିଲେ । ଏହାକୁ ଦେଇ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ପ୍ରସନ୍ନ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଧ୍ରୁବ ଓ ଦୀପାଞ୍ଜଳିଙ୍କୁ ହାଣି ପକାଇଥିଲେ । ଫଳରେ ଦୁହେଁ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବରପାଇ ସିନ୍ଧେକେଲା ପୋଲିସ ଘଟଣାସସ୍ଥଳରେ ପହଞ୍ଚି ପ୍ରସନ୍ନ ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button