ଦେଶ- ବିଦେଶ

ଆତଙ୍କୀର ଘର ଉଡ଼ାଇଦେଲେ

ଶ୍ରୀନଗର: ଇଟାର ଜବାବ ପଥରରେ ଦେବ ଭାରତ । ଖୋଜି ଖୋଜି ଆତଙ୍କୀ ମରାଯିବ । ପାତାଳରେ ଥିଲେ ବି ଆତଙ୍କୀର ପ୍ରାଣ ଛଡାଇ ଆଣିବେ ଆମ ଯବାନ । ପହଲଗାମ ଆତଙ୍କୀ ହମଲା ପରେ ଆକ୍ସନ ମୁଡରେ ଥିବା ଭାରତୀୟ ଯବାନ ଏବେ ସିଧାସିଧା ଆକ୍ରମଣ କରିଛନ୍ତି । ଆରମ୍ଭ କରିଛନ୍ତି ଅପରେସନ ଆତଙ୍କୀ ସଫା । ଇତିମଧ୍ଯରେ ଭାରତୀୟ ଯବାନ ଆତଙ୍କୀର ଘର ଉଡାଇ ଦେଇଛନ୍ତି ।

ଅନନ୍ତନାଗ ଜିଲ୍ଲାର ବିଜବେହରା ଗୋରୀ ଅଞ୍ଚଳରେ ରହୁଥିବା ଆତଙ୍କବାଦୀ ଆଦିଲ ହୁସେନ ଥୋକରର ଘରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଖାଲି ସେତିକି ନୁହେଁ ଆଉ ଜଣେ ଆତଙ୍କବାଦୀ ଆଶିଫ ଶେଖ ର ଘରକୁ ବି ଭାଙ୍ଗି ଦେଇଛନ୍ତି ସୁରକ୍ଷାକର୍ମୀ । ତ୍ରାଲରେ ଥିବା ଘରକୁ ବୁଲଡୋଜର ଚଳାଇ ଭାଙ୍ଗିଛନ୍ତି ସ୍ଥାନୀୟ ପ୍ରଶାସନ । ତେବେ ଦୁହେଁ ପହଲଗାମ ଆତଙ୍କୀ ହମଲା ସମ୍ପୃକ୍ତ ଥିବା କୁହାଯାଉଛି । ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏମାନେ ସାହାଯ୍ୟ କରି ପହଲଗାମ ବୈସରନରେ ବଡ ଆକ୍ରମଣ କରିବାରେ ସାହାଯ୍ଯ କରିଥିବା ଅଭିଯୋଗ ଥିବାରୁ ସେମାନଙ୍କ ଉପରେ ଆକ୍ସନ ହୋଇଛି ।

ସେପଟେ ଆଜି ଏଲଓସିରେ ପାକିସ୍ତାନୀ ସେନାକୁ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଜବାବରେ ଭାରତୀୟ ଯବାନ ଏହାର ମୁକାବିଲା କରିଥିଲେ । ସାରା ରାତି ଗୁଳିବିନିମୟ ଚାଲିଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button