ଖେଳ ଖବର

ଭାରତ-ପାକିସ୍ତାନ କ୍ରିକେଟ ସମ୍ପର୍କ ଚର୍ଚ୍ଚା

ପହଲଗାମରେ ଆତଙ୍କୀଙ୍କ ନରସଂହାର ପରେ ସବୁଠି ଆକ୍ରୋଶ । ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କୀ ସଂଗଠନର ହାତ ଥିବା ଆଶଙ୍କା କରାଯାଉଛି । ଏହାରି ଭିତରେ ଦୁଇ ଦେଶର କ୍ରିକେଟ୍ ସମ୍ପର୍କକୁ ନେଇ ଆସିଛି ବଡ଼ ସୂଚନା । ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଛିନ୍ନ ହେବା ନେଇ ପରୋକ୍ଷରେ ଇସାରା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । କହିଛନ୍ତି, ପହଲଗାମରେ ଯାହା ଘଟିଲା, ତାହା ସମସ୍ତଙ୍କୁ ମର୍ମାହତ କରିଛି । ଏଭଳି ସ୍ଥିତିରେ ପାକିସ୍ତାନ ସହ କ୍ରିକେଟ୍ ସମ୍ପର୍କ ରହିବ କି ନାହିଁ, ସେ ନେଇ ଭାରତ ସରକାର ନିଷ୍ପତ୍ତି ନେବେ । ଭାରତ ସରକାର ଯାହା ନିଷ୍ପତ୍ତି ନେବେ, ବିସିସିଆଇ ତାକୁ ସମର୍ଥନ କରିବ। ପାକିସ୍ତାନ ସହ ଭାରତ କେବଳ ଆଇସିସି ଇଭେଣ୍ଟରେ ଖେଳିଆସୁଛି । ଦୀର୍ଘବର୍ଷ ହେବ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ୍ ଖେଳିନାହୁଁ ଏବଂ ଆଗାମୀ ଦିନରେ ମଧ୍ୟ ଖେଳିବୁ ନାହିଁ ବୋଲି ସିଧାସିଧା କହିଛନ୍ତି ରାଜୀବ ଶୁକ୍ଳା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button