ଖୋଲାଗଲା ୧୯୭୮ ମସିହାରୁ ବନ୍ଦ ପଡ଼ିଥିବା ମନ୍ଦିର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ଏକ ମନ୍ଦିର ୪୬ ବର୍ଷ ପରେ ଖୋଲାଯାଇଛି । ଦୀର୍ଘ ଦିନ ଧରି ବନ୍ଦ ଥିବା ଏହି ମନ୍ଦିରକୁ ପୋଲିସ ଖୋଲିଛି । ୧୯୭୮ ମସିହା ପରେ ଏହି ମନ୍ଦିର ଖୋଲାଗଲା ବୋଲି କହିଛନ୍ତି ନଗର ହିନ୍ଦୁ ସଭାକୁ ସଂକ୍ଷକ ବିଷ୍ଣୂ ଶରଣ ରାସ୍ତୋଗୀ । ଏବେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପୁରୁଣା ମନ୍ଦିରରେ ପୋଲିସ ନଜର ଆସିଛି । ପୋଲିସ ଏହି ବନ୍ଦ ପଡିଥିବା ମନ୍ଦିରକୁ ଖୋଲିଛି ।
୧୯୭୮ ମସିହାରୁ ବନ୍ଦ ଥିବା ଏହି ପୁରୁଣା ମନ୍ଦିରକୁ ପୋଲିସ ଦ୍ୱାରା ଖୋଲାଯାଇଛି । ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ଧୂଳିମଳି ଚାଦରରେ ଘୋଡ଼ାଇ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଭିତରେ ହନୁମାନଙ୍କ ପ୍ରତିମା, ଶିବଲିଙ୍ଗ ଓ ନନ୍ଦୀଙ୍କ ମୂର୍ତ୍ତି ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଏଡିସନାଲ ଏସପିଙ୍କ କହିବା କଥା, ଅନେକ ବର୍ଷ ପୂର୍ବେ ଏହି ଅଞ୍ଚଳରେ କିଛି ହିନ୍ଦୁ ପରିବାର ରହୁଥିଲେ। କୌଣସି କାରଣବଶତଃ ସେମାନେ ଏହି ସ୍ଥାନ ଛାଡ଼ି ଚାଲିଯାଇଥିଲେ । ପରେ କିଛି ମୁସଲମାନପରିବାର ଏହି ସ୍ଥାନରେ ଘର କରି ମାଡ଼ି ବସିଛନ୍ତି। ମନ୍ଦିର ପାଖେ ନିର୍ମାଣ ହୋଇଥିବା କୂଅକୁ ବି ସେମାନେ ପୋତି ଦେଇଛନ୍ତି । ଏମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ଜମି ଉପରେ ହୋଇଥିବା ଘରଗୁଡ଼ିକର ଉଚ୍ଛେଦ ପ୍ରକ୍ରିୟା ବି ଆରମ୍ଭ କରି ଦିଆଯାଇଛି।
ନିକଟରେ ସମ୍ଭଲରେ ଥିବା ଜାମା ମସଜିଦରେ ଏକ ବିଶେଷଜ୍ଞ ଟିମ ସର୍ଭେ କରିବା ପାଇଁ ପହଞ୍ଚିଥିଲେ । ହେଲେ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରି ଥିଲେ। ଏହାକୁ ନେଇ ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା। କ୍ରମେ ଏହା ହିଂସାର ରୂପ ନେଇଥିଲା। ଉତ୍ତରପ୍ରଦେଶର ସମ୍ଭଲ ହିଂସା ପରେ ଉପଦ୍ରବୀମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ସମୟରେ ବିଜୁଳି ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ଏସପି ବିଜୁଳି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ପୋଲିସ ଓ ପ୍ରଶାସନ ବିଜୁଳି ଚୋରି ବିରୋଧରେ କଡ଼ା ଯାଞ୍ଚ ଆରମ୍ଭ କରିଥିଲେ। ମସଜିଦ ଓ ଘରଗୁଡ଼ିକର ଯାଞ୍ଚ କରିବା ପରେ ବିପୁଳିମାତ୍ରାରେ ବିଜୁଳି ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା।
ଏହି ଯାଞ୍ଚ ସମୟରେ ପ୍ରଶାସନର ନଜର ଏହି ମନ୍ଦରି ଉପରେ ପଡିଥିଲା । ଏହାପରେ ଜଣେ ପୂଜାରୀଙ୍କୁ ଡକାଯାଇ ମନ୍ଦିରର ତାଲା ଖୋଲାଯାଇଥିଲା । ପୋଲିସ ଅଧିକାରୀ ମନ୍ଦିର ଭିତରକୁ ସଫା କରିଥିଲେ । ଏଠାରେ ଭଗବାନ ଶିବଙ୍କ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ଥିବା ଦେଖିବାକୁ ପାଇଥିଲେ ।