ଦେଶ- ବିଦେଶ

ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ଘରକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫସି ରହିଥିବା ସୁନୀତା ଓ ବଚ୍ ଆସନ୍ତା ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ପୃଥିବୀରୁ ଲଞ୍ଚ୍ କରିବ। ସେଥିରେ ଯାଇଥିବା ମହାକାଶଚାରୀଙ୍କୁ ଉଭୟ ସୁନୀତା ଏବଂ ବୁଚ୍ କାର୍ଯ୍ୟ ହସ୍ତାନ୍ତର କରିବା ପରେ ମାର୍ଚ୍ଚ ୧୯ରେ ଡ୍ରାଗନ୍ ସ୍ପେସ୍‌କ୍ରାଫ୍ଟରେ ପୃଥିବୀକୁ ଫେରିବେ। ସମ୍ପ୍ରତି ସୁନୀତା ଉକ୍ତ ଉଡ଼ନ୍ତା ଲାବରେଟୋରିର କମାଣ୍ଡର ରହିଥିବାବେଳେ ମାର୍ଚ୍ଚ ୧୨ରେ ଯିବାକୁ ଥିବା ଅନ୍ୟ ଜଣେ ମହାକାଶଚାରୀ ଏହି ଦାୟିତ୍ୱ ସମ୍ଭାଳିବେ।

ମାର୍ଚ୍ଚ ୧୨ ତାରିଖରେ ପୃଥିବୀ ପୃଷ୍ଠରୁ କ୍ରୁ-୧୦ ମିଶନକୁ ଲଞ୍ଚ କରାଯିବ। ୬ ମାସର ମିଶନ ନେଇ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅବତରଣ କରିବ। ଏହାପରେ ଦୁଇ ମହାକାଶଚାରୀ ସେମାନଙ୍କର କାର୍ଯ୍ୟ ଏବଂ ସମସ୍ତ ରିସର୍ଚ୍ଚ ଅନ୍ୟ ଜଣେ ନୂଆ ମହାକାଶ ଷ୍ଟେସନ କମାଣ୍ଡରକୁ ହାସ୍ତାନ୍ତର କରିବେ। ଏହାପରେ ଦୁଇ ମହାକାଶଚାରୀ କ୍ରୁ-୧୦କୁ ମହାକାଶକୁ ନେଇ ଆସିଥିବା ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ଚଢ଼ି ପୃଥିବୀ ପୃଷ୍ଠକୁ ଫେରି ଆସିବେ। ଦୁଇ ମହାକାଶଚାରୀଙ୍କୁ ନେଇ ଏହି ଡ୍ରାଗନ୍ ସ୍ପେସକ୍ରାଫ୍ଟ ମାର୍ଚ୍ଚ ୧୯ ରେ ପୃଥିବୀ ପୃଷ୍ଠରେ ଅବତରଣ କରିବ। ବର୍ତ୍ତମାନ, ସୁନିତା ୱିଲିୟମ୍ସ ସ୍ପେଶ୍ ଷ୍ଟେସନ୍‌ରେ ଥିବା ଉଡ଼ନ୍ତା ପ୍ରୟୋଗଶାଳା(ଫ୍ଲାଇଁ ଲ୍ୟାବୋରଟୋରୀ)ର କମାଣ୍ଡର ଅଛନ୍ତି। ଖୁବଶୀଘ୍ର ନୂଆ କମାଣ୍ଡର ଏହି ଦାୟିତ୍ୱ ନେବେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button