ଦେଶ- ବିଦେଶ

ଏଥର ଫେରିବେ ସୁନୀତା , ଆଇଏସଏସ ଗଲା କ୍ରୁ-୧୦ ମିଶନ

ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ବହୁ ପ୍ରତୀକ୍ଷା ପରେ ଘରକୁ ଫେରିବେ ସୁନୀତା। ଗତ ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପାଇଁ ଘରକୁ ଫେରିବା ପାଇଁ ଆଶାର କିରଣ ଜଗାଇଛି।

ସ୍ପେସଏକ୍ସ କ୍ରୁ-୧୦ ମିଶନରେ ଏକ ଡ୍ରାଗନ୍ ମହାକାଶଯାନକୁ ନେଇ ଯାଉଥିବା ଫାଲକନ୍ ୯ ରକେଟ୍ ଗୁରୁବାର ଦିନ କିଛି କାରଣ ଯୋଗୁଁ ବାତିଲ ପରେ ସଂକ୍ଷିପ୍ତ ବିଳମ୍ବ ପରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଛି। ଯେଉଁଥିରେ ଚାରି ଜଣ ମହାକାଶଚାରୀଙ୍କ ଦଳ – ଆନ୍ ମ୍ୟାକକ୍ଲେନ୍ ଏବଂ ନିକୋଲ୍ ଆୟର୍ସ, ଜାକ୍ସା(ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି), ମହାକାଶଚାରୀ ଟାକୁୟା ଓନିଶି, ଏବଂ ରୋସକସମୋସ୍ ମହାକାଶଚାରୀ କିରିଲ୍ ପେସକୋଭ୍ ଉଡାଣ ଭରିଥିବ ବେଳେ ଏହା ପ୍ରାୟ ୧୯ ତାରିଖ ବେଳକୁ ସୁନୀତା ଓ ତାଙ୍କ ସାଥିଙ୍କୁ ନେଇ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ତେବେ କ୍ରୁ-୧୦ ହେଉଛି, କ୍ରୁ -୯ ହିଁ ଏକ ଅଂଶ, ଯାହା ସ୍ପେସଏକ୍ସର ମାନବ ମହାକାଶ ପରିବହନ ବ୍ୟବସ୍ଥା ଅଧୀନରେ ଥିବା ୧୦ ତମ କ୍ରୁ ରୋଟେସନ୍ ମିଶନ ଏବଂ ଡେମୋ-୨ ପରୀକ୍ଷା ଉଡ଼ାଣ ସମେତ ନାସାର ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଏସଏସ ଷ୍ଟେସନକୁ କ୍ରୁ ସହିତ ୧୧ତମ ଉଡ଼ାଣ। ପୂର୍ବରୁ ଏହିଁ ମିଶନ ଗୁରୁବାର ଦିନ ଲଞ୍ଚ ହେବାକୁ ଥିବା ବେଳେ, ଏହାର ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆମର ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ସମସ୍ୟା ଯୋଗୁଁ ମିଶନ ବିଳମ୍ବିତ ହୋଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button