ବିଶେଷ

ଏତେ ବଡ଼ ପାଟି

ଗୋଟିଏ ୧୦ ପ୍ୟାଟି ଚିଜ୍‌ ବର୍ଗରକୁ ଏକାଥରକେ ପାଟି ଭିତରେ ପୂରାଇ ଖାଇପାରିବେ? ଭାବୁଥିବେ ଏତେ ବଡ଼ ବର୍ଗର ଭଲା କେମିତି ପାଟି ଭିତରେ ପଶି ପାରିବ? ହେଲେ ଏହା ସମ୍ଭବ। ଆଉ ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆମେରିକାର ପର୍ଲ ମେରୀ ଜେଲମର ରବିନସନ୍‌ସ। କାରଣ ପର୍ଲ ମେରୀଙ୍କ ପାଟି ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ବଡ଼ ପାଟି ଭାବେ ସ୍ଥାନ ପାଇଛି। ତାଙ୍କ ପାଟିର ଓସାର ହେଉଛି ୭.୬୨ ସେ.ମି.। ସେ ଏକାଥରେ ୧୦ ପ୍ୟାଟି ଚିଜ୍‌ ବର୍ଗର ପାଟିରେ ପୂରାଇବା ସହ ତାକୁ ଖାଇପାରନ୍ତି।

ଆଉ ଏଭଳି ଦୃଶ୍ୟ ଦେଖିଲେ ସମସ୍ତେ ଚକିତ ହୋଇଯାଆନ୍ତି। ତେବେ ପ୍ରଥମେ ମେରୀ ଏମିତି ଏକ ରେକର୍ଡ ଅଛି ବୋଲି ଜାଣି ନ ଥିଲେ। ଥରେ ସେ ଏକ ଭିଡିଓରେ ଦେଖିଲେ ଏକ ଝିଅ ବଡ଼ ପାଟି ପାଇଁ ରେକର୍ଡ କରିଛି। ଏହାପରେ ସେ ଭାବିଲେ ତାଙ୍କ ପାଟି ବି ତ ବହୁତ ବଡ଼। ସେ ବି ତ ରେକର୍ଡ କରିପାରିବେ। ତେଣୁ ସେ ନିଜ ପାଟି ମାପିଲେ। ଆଉ ଜାଣିପାରିଲେ ରେକର୍ଡ କରିଥିବା ମହିଳାଙ୍କ ଅପେକ୍ଷା ତାଙ୍କ ପାଟି ବଡ଼। ଏହାପରେ ସେ ରେକର୍ଡ ପାଇଁ ଆବେଦନ କରିଥିଲେ। ଆଉ ସେ ପୃଥିବୀର ସବୁଠାରୁ ବଡ଼ ପାଟି ଥିବା ମହିଳାର ଆଖ୍ୟା ପାଇଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button