ଦେଶ- ବିଦେଶ

ସାଣ୍ଟା କ୍ଲଜ ବେଶ ଧାରଣ କରିପାରିବେନି ଛାତ୍ରଛାତ୍ରୀ

ଭୋପାଲ: ଏଣିକି ସ୍କୁଲରେ ସାଣ୍ଟା କ୍ଲଜ ବେଶ ଧାରଣ କରିପାରିବେନି ପିଲା । ଯଦି କୌଣସି ଛାତ୍ରଛାତ୍ରୀ ଏହି ବେଶ ଧାରଣ କରିବାକୁ ଚାହିଁବେ ତାହାହେଲେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଯଦି କୌଣସି ସ୍କୁଲ ଏଥିରେ ଅବହେଳା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ।

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ସବୁଠାରୁ ବଡ଼ ପର୍ବ ହେଉଛି ଖ୍ରୀଷ୍ଟମାସ । ଏନେଇ ଅଧିକାଂଶ ସ୍କୁଲରେ ଏହି ପର୍ବ ଉତ୍ସାହର ସହକାରେ ପାଳନ କରାଯାଇଥାଏ । ଏଥିପାଇଁ ପିଲାମାନେ ସାଣ୍ଟା କ୍ଲଜ୍ ବେଶ ଧାରଣ କରିଥାନ୍ତି । ଏମିତି କି ସ୍କୁଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଏ । ବର୍ତ୍ତମାନ କିନ୍ତୁ ଖ୍ରୀଷ୍ଟିଆନ୍ ପର୍ବ ଅବସରରେ କୌଣସି ଛାତ୍ରଛାତ୍ରୀଙ୍କୁ ସାଣ୍ଟା କ୍ଲଜ୍ ଭାବେ ବେଶ କରିବା ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶିଶୁ ଅଧିକାର ସଂରକ୍ଷଣ ଆୟୋଗ କହିଛି ।

ବାସ୍ତବରେ ଖ୍ରୀଷ୍ଟମାସ ଅବସରରେ ସ୍କୁଲରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ଅନେକ ସାଣ୍ଟା କ୍ଲଜ୍ ବେଶ ଧାରଣ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ସ୍କୁଲ ଶିକ୍ଷା ବିଭାଗ ଏବଂ ପ୍ରଦେଶର ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ଏକ ପତ୍ର ଜାରି କରି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍କୁଲରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ସମୟରେ ଛାତ୍ରଛାତ୍ରୀଙ୍କୁ ସାଣ୍ଟା ବେଶ କରିବା ପୂର୍ବରୁ ସେମାନଙ୍କ ମାତା ପିତା କିମ୍ବା ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ସଦସ୍ୟଙ୍କ କହିବାନୁଯାୟୀ ଏହି ନିୟମର ଉଲଂଘନ ହେଲେ, କୌଣସି ଅଭିଯୋଗ କିମ୍ବା ବିବାଦ ଉପୁଜିଲେ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଉକ୍ତ ବିଦ୍ୟାଳୟ/ ସଂସ୍ଥା ଦାୟୀ ହେବେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button