ରାଜ୍ୟ

ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ବ୍ରହ୍ମପୁର: ପୁଣି ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ ହୋଇଛି। ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିନିୟର୍ ଛାତ୍ରମାନେ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ରାଗିଂ ଘଟଣାରେ ଏମକେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ୪ ସିନିୟର୍ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍ କରାଯାଇଥିଲା। ତଦନୁଯାୟୀ, ଚତୁର୍ଥ ବର୍ଷ ଛାତ୍ର ଷ୍ଟାଲିନ ମହାପାତ୍ର ଓ ଜ୍ୟୋତିପ୍ରକାଶ ରାଉତ ୨ମାସ ପର୍ଯ୍ୟନ୍ତ କ୍ୟାମ୍ପସରେ ପ୍ରବେଶ କରିପାରିବେ ନାହିଁ। ଉଭୟଙ୍କୁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କକୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ରାଗିଂକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଚତୁର୍ଥ ବର୍ଷ ଛାତ୍ର ସୂର୍ଯ୍ୟକାନ୍ତ ନାୟକ ଓ ରମେଶ ସେଠୀଙ୍କୁ ଦୁଇ ସପ୍ତାହ ପାଇଁ ହଷ୍ଟେଲ ଛାଡ଼ିବା ସହ କ୍ଲାସ୍କକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button