ରାଜ୍ୟ
ସାଢେ ୫ଟା ପୂର୍ବରୁ ଛାଡିପାରିବନି ଅଫିସ୍

କର୍ମଚାରୀଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର କଡ଼ା ନିର୍ଦ୍ଦେଶ । ଏଣିକି ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ୍ ଛାଡିପାରିବେ ନାହିଁ । ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ । ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ୍ ଯେଉଁ କର୍ମଚାରୀଙ୍କର ପଞ୍ଚ ‘ଆଉଟ୍’ ନଥିବ, ତାଙ୍କର ସେଦିନ ଆବସେଣ୍ଟ ପଡିବ । ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।