ମନୋରଞ୍ଜନ

ସାଉଥ୍ ଅଭିନେତା ଦାନ କଲେ ୧.୩୦କୋଟି ଟଙ୍କା

ମୁମ୍ବାଇ: ଗରିବଙ୍କ ମଉଡମଣି ସାଜିଲେ ସାଉଥ୍ ଅଭିନେତା ବିଜୟ ସେତୁପତି । ଗରିବଙ୍କ ପାଇଁ ଦାନ କଲେ ୧.୩୦ କୋଟି ଟଙ୍କା । ଏହି ଟଙ୍କାରେ ନିର୍ମାଣ ହେବ ଆପାର୍ଟମେର୍ଟ କମ୍ପେ୍ଲକ୍ସ । ଯେଉଁଥିରେ ୱାରକର୍ସ ୟୁନିଅନର କର୍ମଚାରୀମାନେ ରହିବେ । ଆଉ ଏହି ଟାୱାରଟିର ନା ବିଜୟ ଟାୱାର ରଖାଯିବ ବୋଲି ଜଣାଯାଇଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ନିଃସ୍ୱାର୍ଥପର ପଦକ୍ଷେପ ପାଇଁ ତାଙ୍କ ଫ୍ୟାନସ୍ ମାନେ ତାଙ୍କର ପ୍ରଶଂସା କରିବା ସହ ଶୁଭେଚ୍ଛାର ସୁଅ ଛୁଟୁଛି ।

ସାଉଥ୍ ସୁପରଷ୍ଟାର ବିଜୟ ସେତୁପତି ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ଏକ ବଡ ଅନୁଦାନ ହିଁ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଅଭିନୟ ଜଗତରେ ତାଙ୍କର ପ୍ରତିଭା କେବଳ ସୀମିତ ନୁହେଁ ବରଂ ସେ ଫିଲ୍ମ ନିର୍ମାଣରେ ମଧ୍ୟ ନିପୂଣ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତାଙ୍କର ଏହି ନିଖୁଣ ଅଭିନୟ ପାଇଁ ସେ ଫିଲ୍ମ ଆୱାର୍ଡ, ତାମିଲ ରାଜ୍ୟ ପୁରସ୍କାର ,ଫିଲ୍ମଫେୟାର ପୁରସ୍କାର ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଜୟ ।

ନିକଟରେ ବିଜୟ ଚେନ୍ନାଇସ୍ଥିତ ଫିଲ୍ମ ଏପ୍ଲୋଇଜ୍ ଫେଡେରେସନ୍ ଅଫ୍ ସାଉଥ୍ ଇଣ୍ଡିଆରେ ଯୋଗଦାନ କରିଥିଲେ । ସେଠାରେ ପହଞ୍ଚି ୧.୩୦ କୋଟି ଟଙ୍କାର ସହଯୋଗର ହାତ ବଢାଇଥିଲେ। ଯାହାକି ଏକ ଆପାର୍ଟମେଣ୍ଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଦାନ କରିଛନ୍ତି । ଯାହାର ନାମ ବିଜୟଙ୍କ ନାମରେ ହିଁ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଭଳି ଖୋଲା ଆଉ ନିଷ୍ପାପ ହୃଦୟର ମଣିଷ ଆଜିକା ଦୁନିଆରେ କମ୍ । ୱାରକର୍ସ ୟୁନିଅନଙ୍କ ପାଇଁ ଘର ବନାଇବାର ସାହାଯ୍ୟ ପାଇଁ ସମସ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଟାୱାରଟିର ନା ବିଜୟ ଟାୱାର ରଖାଯିବ ବୋଲି କହିଛନ୍ତି । ତାଙ୍କର ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି । ଏଭଳି ନିଃସ୍ୱାର୍ଥପର ପଦକ୍ଷେପ ପାଇଁ ବିଜୟ ପ୍ରସଂଶାର ପତ୍ର ପାଲଟିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button