ମନୋରଞ୍ଜନ

ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଶୋ କଲେ ସୋନୁ

ମୁମ୍ୱାଇ: ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଦର୍ଶକଙ୍କ ପାଇଁ ଶୋ କଲେ ସିଙ୍ଗର ସୋନୁ ନିଗମ । ସୋନୁଙ୍କ ଗୀତ ଶୁଣିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । ଲୋକଙ୍କ ଉତ୍ସାହ ଦେଖି ମଞ୍ଚରେ ଚଢିଥିଲେ ସୋନୁ । ଆଉ ଧାର୍ଯ୍ୟ ହୋଇଥିବା ସମୟ ପର୍ଯ୍ୟନ୍ତ ଶୋ କରିଥିଲେ । ଏବେ ମଞ୍ଚ ପଛର ଏକ ଭିଡ଼ିଓ ଭାଇରାଲ ହେଉଛି,ଯେଉଁଥିରେ ସୋନୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛିା

ନିକଟରେ ପୁଣେରେ ଗାୟକ ସୋନୁ ଏକ ଲାଇଭ୍ କନସର୍ଟ କରିଥିଲେ । ଲୋକେ ତାଙ୍କ କନସର୍ଟର ଭରପୁର ମଜ୍ଜା ନେଉଥିଲେ । ହେଲେ ହଠାତ୍ ସୋନୁଙ୍କ ଶରୀରରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା । ମୁହଁରେ ସ୍ପଷ୍ଟ ବାରି ହୋଇପଡୁଥିଲା କଷ୍ଟ । କାରଣ ତାଙ୍କ କଷ୍ଟ ଏମିତି ହୋଇଥିଲା କି, ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଯାହାର ପୁରା ଘଟଣାବଳୀ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି । ଏହି ଭିଡିଓଟି ଲାଇଭ୍ ପ୍ରଦର୍ଶନ ପୂର୍ବରୁ ମଞ୍ଚ ପଛର । ଯେଉଁଠାରେ ସେ ତାଙ୍କ ଗୋଡ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। କିନ୍ତୁ ଯନ୍ତ୍ରଣାରେ ଥିବା ସ୍େ‌ତ୍ତ୍ୱ ସେ ତାଙ୍କର ସମ୍ପୂର୍ଣ୍ଣ ପ୍ରଦର୍ଶନ ଦେଇଥିଲେ।

ପୁଣେରେ ସୋନୁ ନିଗମଙ୍କ ଶୋ ସମୟରେ, ତାଙ୍କର ପିଠିରେ ଆଘାତ ଲାଗିଥିଲା । ଯାହା ଫଳରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସୋନୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରିଛନ୍ତି । ଏହା ମୋ ଜୀବନର ସବୁଠାରୁ କଷ୍ଟକର ଦିନ ଥିଲା, କିନ୍ତୁ ମୁଁ ସନ୍ତୁଷ୍ଟ। ସେହି ଆଘାତ ସତ୍ତ୍ୱେ ସବୁକିଛି ଭଲ ଭାବରେ ହୋଇଥିବାରୁ ମୁଁ ଖୁସି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button