ମନୋରଞ୍ଜନ

ବିବାଦ ପରେ ମୁହଁ ଖୋଲିଲେ ସୋନୁ

ନୂଆଦିଲ୍ଲୀ: ବଲିଉଡ ଗାୟକ ସୋନୁ ନିଗମଙ୍କର ନିକଟରେ ବେଙ୍ଗାଲୁରୁରେ ଏକ କନସର୍ଟ ଥିଲା। ଏହି କାର୍ଯ୍ୟକ୍ରମରେ କନ୍ନଡ ଗୀତ ଗାଇବା ପାଇଁ ସୋନୁଙ୍କ ଉପରେ ଚାପ ପକାଯାଇଥିଲା। ଏହି ଘଟଣାରେ ସୋନୁ ଦର୍ଶକଙ୍କୁ ଦେଇଥିବା ଉତ୍ତର ବିବାଦ ସୃଷ୍ଟି କରିଛି।

ସୋନୁ ନିଗମ ପ୍ରଶଂସକଙ୍କୁ ଉତ୍ତର ଦେଇ କହିଥିଲେ, ‘କନ୍ନଡ, କନ୍ନଡ, କନ୍ନଡ। ଏଥିପାଇଁ ପହଲଗାମରେ ଛାତିଥରା ଘଟଣା ଘଟିଛି ।’ ଏଭଳି ମନ୍ତବ୍ୟ ଦେବା ପରେ ସୋନୁ ନିଗମଙ୍କୁ ନେଇ ବିବାଦ ଦେଖା ଦେଇଛି। ତାଙ୍କ ବିରୋଧରେ ଏଫଆଇଆର ବି ଦାୟର କରାଯାଇଛି। ସମ୍ପ୍ରତି ସୋନୁ ନିଗମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ନିଜର ସ୍ପଷ୍ଟୀକରଣ ଦେଇଛନ୍ତି।

ସୋନୁ ନିଗମ ‌ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି,‘ ” କନସର୍ଟରେ ଚାରି-ପାଞ୍ଚ ଜଣ ଯୁବକ ଗୁଣ୍ଡାଗିରି କରି ପାଟିତୁଣ୍ଡ କରୁଥିଲେ। ଉକ୍ତଯୁବକମାନଙ୍କୁ ଚୁପ ରହିବା ପାଇଁ ହଜାର ହଜାର ଲୋକ ଅନୁରୋଧ ବି କରୁଥିଲେ। ସେହି ପାଞ୍ଚ ଜଣଙ୍କୁ କହିବା ଏବଂ ମନେ ପକାଇବା ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ପହଲଗାମରେ ଯେତେବେଳେ ପ୍ୟାଣ୍ଟ କାଢ଼ି ଦିଆଯାଇଥିଲା, ସେତେବେଳେ ଭାଷା ପଚରାଯାଇ ନଥିଲା।”

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button