ମନୋରଞ୍ଜନ

ଭାରତରେ ସୁଇମ୍ ଡ଼୍ରେସ ପିନ୍ଧିବାକୁ ଡରନ୍ତି ଦବଙ୍ଗ ଗର୍ଲ

ମୁମ୍ବାଇ: ଭାରତରେ ସୁଇମ୍ ଡ଼୍ରେସ ପିନ୍ଧିବାକୁ ଡରନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ଏପରି ମନ୍ତବ୍ୟକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମୁସଲିମ ଅଭିନେତା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବିବାହ ପରଠାରୁ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ତାଙ୍କର ବୟାନ ପାଇଁ ଚର୍ଚ୍ଚାର ଅଛନ୍ତି। ପ୍ରକୃତରେ ଅଭିନେତ୍ରୀ କହିଥିଲେ ଯେ, ସେ ଭାରତରେ ସୁଇମ୍ ସୁଟ ପିନ୍ଧିବାକୁ ଡରନ୍ତି। ଏହା ପଛରେ କାରଣ କ’ଣ ସେ କହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ସୋନାକ୍ଷୀ ସୁଇମ୍ ସୁଟ୍‌?ନ ପିନ୍ଧିବା ବିଷୟରେ ଉଲ୍ଲେଖ କରିଥିଲେ। ସେ ତାଙ୍କ ଧର୍ମ ବିଷୟରେ ମଧ୍ୟ ନୀରବତା ଭାଙ୍ଗିଛନ୍ତି। ସୋନାକ୍ଷୀ କହିଛନ୍ତି, ସେ ବଡ଼ ହେବା ସହିତ ପହଁରିବା କମ୍ କରିଦେଇଥିଲେ। ସେ ଭାରତରେ ଆଦୌ ସୁଇମ୍ ସୁଟ୍ ପିନ୍ଧନ୍ତି ନାହିଁ। କାରଣ ସେ ଡ଼ରନ୍ତି । କେବେ ଜାଣି ନାହାଁନ୍ତି ଯେ କେତେବେଳେ କେହି କେଉଁଠାରୁ ଫଟୋ ଉଠାଇବେ ଏବଂ ତା’ପରେ ତାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବ। ସେଥିପାଇଁ ସେ କେବଳ ବିଦେଶରେ ପହଁରିବାକୁ ପସନ୍ଦ କରୁଥିଲେ।

ଏହି ସମୟରେ ସୋନାକ୍ଷୀ ତାଙ୍କ ସ୍ୱାମୀଙ୍କ ଭିନ୍ନ ଧର୍ମ ଉପରେ କହିଥିଲେ, ‘ଆମେ ଦୁହେଁ ପରସ୍ପରର ଭାବନା ଏବଂ ସଂସ୍କୃତିକୁ ପ୍ରଶଂସା କରୁ । ମୋ ଦୃଷ୍ଟିରେ ଏହା ସଠିକ ଉପାୟ।’ ସୋନାକ୍ଷୀ ଏବଂ ଜାହିର ଗତ ବର୍ଷ ଅର୍ଥାତ୍ ୨୩ ଜୁନ୍ ୨୦୨୩ରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଦୁହେଁ ନିଜ ଘରେ ବହୁତ ସରଳ ଭାବରେ ବିବାହ କରିଥିଲେ। ଏହି ବିବାହ ପରେ, ସୋନାକ୍ଷୀ ଏବଂ ଜାହିର ସେହି ଦିନ ସନ୍ଧ୍ୟାରେ ଏକ ଭବ୍ୟ ରିସେପ୍ସନ ପାର୍ଟି ଦେଇଥିଲେ। ଏହି ରିସେପ୍ସନରେ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ପାଇଁବହୁତ ବଡ଼ ଷ୍ଟାର ଯୋଗ ଦେଇଥିଲେ।

ତାଙ୍କ କାମ ବିଷୟରେ କହିବା ତେବେ ସୋନାକ୍ଷୀ ଶେଷ ଥର ପାଇଁ ‘କାକୁଡା’ ଫିଲ୍ମରେ ନଜର ଆସିଥିଲେ। ଏବେ ଖୁବ୍‌ଶୀଘ୍ର ଏହି ଅଭିନେତ୍ରୀ ଏକ କୋର୍ଟରୁମ୍ ଡ୍ରାମାରେ ନଜର ଆସିବାକୁ ଯାଉଛନ୍ତି। ସେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button