ସାନ ଭାଇ ସାବାଳକ ହେବା ଯାଏଁ ଅପେକ୍ଷା କରିଥିଲେ ୫ ଭାଇ
ଇସ୍ଲାମବାଦ୍: ଗୋଟିଏ ପରିବାରରେ ବୋହୁ ସାଜିଲେ ୬ ଭଉଣୀ । ଅର୍ଥାତ୍ ୬ ଭଉଣୀଙ୍କୁ ବିବାହ କରିଛନ୍ତି ୬ ଭାଇ । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସାନ ଭାଇ ସାବାଳକ ହେବା ପର୍ଯ୍ୟନ୍ତ ୫ ଭାଇ ବିବାହ ନ କରି ଅପେକ୍ଷା କରି ରହିଥିଲେ । ଶେଷରେ ୬ ଭାଇ ଉକ୍ତ ୬ ଭଉଣୀଙ୍କୁ ବିବାହ କରିଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଏପରି ନିଆରା ବିବାହ ଦେଖିବାକୁ ମିିଳିଛି ପାକିସ୍ତାନରେ ।
ପାକିସ୍ତାନରେ ରହୁଥିବା ଏକ ପରିବାରର ୬ ପୁଅଙ୍କ ବିବାହ ସ୍ଥାନୀୟ ଅଞ୍ଚଳର ୬ ଉଭଣୀଙ୍କ ସହ ହୋଇଛି ।୧୦୦ରୁ ଅଧିକ ଅତିଥିଙ୍କ ଉପସ୍ଥିତିରେ ଏହି ନିଆରା ବିବାହ ଆୟୋଜିତ ହୋଇଥିଲା। ଏହି ବିବାହରେ ନା କୌଣସି ଯୌତୁକ ସାମିଲ୍ ହୋଇଛି ନା କୌଣସି ପ୍ରକାରର ଅଯଥା ଖର୍ଚ୍ଚ। କେବଳ ଏହି ବିବାହ ପାଇଁ ଉପର ୫ ଭାଇଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। କାରଣ ସବୁଠାରୁ ସାନ ଭାଇ ଯିଏ ସେ ନାବାଳକ ଥିଲେ। ତେଣୁ ସେମାନଙ୍କ ବିବାହ ହୋଇ ପାରୁ ନ ଥିଲା । ସେ ସାବାଳକ ହେବା ଯାଏଁ ଅନ୍ୟ ୫ ଭାଇ ଅପେକ୍ଷା କରି ରହିଥିଲେ। ସବୁଠାରୁ ସାନ ଭାଇ ସାବାଳକ ହେବା ପରେ ୬ ଭଉଣୀଙ୍କୁ ୬ ଭାଇ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଛଅ ଭାଇ ଜଣ ଏକାସାଥିରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ବଡ଼ ଭାଇ । ଆଜି କାଲି ବିବାହରେ ଅନେକ ଅଯଥା ଖର୍ଚ୍ଚ ହେଉଛି। ଯାହାକି ଆର୍ôଥକ ସ୍ଥିତିକୁ ଦୁର୍ବଳ କରି ପକାଉଛି। ସେହି କାରଣରୁ ଆର୍ôଥକ ଅଭାବ ଅନଟନର ସମ୍ମୁଖୀନ କରିବାକୁ ନପଡୁ ବୋଲି ଚିନ୍ତା କରି ୬ ଜଣ ଯାକ ଭାଇ ଏକା ସାଥିରେ ବିବାହ କରିବେ ବୋଲି ସ୍ଥିିର କରିଥିଲେ। ତା’ପରେ ସେମାନେ ଏପରି ଏକ ପରିବାରରେ ବନ୍ଧୁ ବାନ୍ଧିବାକୁ ଚାହିଁଲେ ଯେଉଁଠାରେ ୬ ଭଉଣୀ ଥିଲେ।