ମନୋରଞ୍ଜନ

ୱାଲପେପର ଖୋଲିଦେଲା ଶ୍ରଦ୍ଧାଙ୍କ ପୋଲ୍‌

ନୂଆଦିଲ୍ଲୀ: ବଲିଉଡର ସବୁଠୁ କ୍ୟୁଟ୍ ଏବଂ ଟାଲେଣ୍ଟେଡ ଅବିନେତ୍ରୀଙ୍କ କଥା ପଡିଲେ ଶ୍ରଦ୍ଧା କପୁରଙ୍କ ନାମ ପ୍ରଥମେ ଆସେ। ଫିଲ୍ମ ଦୁନିଆର ଡେଲିକେଟ ଡାର୍ଲିଙ୍ଗ କୁହାଯାଉଥିବା ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି। ‘ସ୍ତ୍ରୀ-୨’ର ସଫଳତା ପରେ ଅଭିନେତ୍ରୀ ଲାଇମଲାଇଟରେ ଅଛନ୍ତି। ଏହାରି ମଧ୍ୟରେ ଶ୍ରଦ୍ଧା କପୁରଙ୍କ ଲବ୍ ଲାଇଫ ମଧ୍ୟ ସାମ୍ନାକୁ ଆସିଛି। ଗତ କିଛି ଦିନ ତଳେ ଅଭିନେତ୍ରୀଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଥିଲା। ଏହି ସମୟରେ ଅଭିନେତ୍ରୀଙ୍କ ଫୋନର ୱାଲପେପର ତାଙ୍କ ରୋମାଣ୍ଟିକ୍ ମୁହୂର୍ତ୍ତର ଝଲକକୁ ଦୁନିଆକୁ ଦେଖାଇଛନ୍ତି। ଅଭିନେତ୍ରୀଙ୍କ ଫୋନର ୱାଲପେପରକୁ ଦେଖିବା ପରେ ଅଭିନେତ୍ରୀ ସଂପୂର୍ଣ୍ଣ ଭାବେ ପ୍ରେମରେ ବୁଡ଼ି ଯାଇଛନ୍ତି। ସେ ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜ ରିଲେସନସିପ ବିଷୟରେ କାହାକୁ କହିନାହାନ୍ତି ହେଲେ ଏହି ୱାଲପେପରର ଗୋଟିଏ ଝଲକରେ ସମସ୍ତଙ୍କୁ କହିଦେଇଛି।

ଏହି ୱାଲପେପରରେ ଶ୍ରଦ୍ଧା କପୁର ରାହୁଲ ମୋଦୀଙ୍କ ସହ ଖୁବ ପ୍ରେମରେ ଥିବା ଦେଖିବାକୁ ମିଳିଛି। ରାହୁଲ ମୋଦୀଙ୍କ ସହ ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ପୋଷ୍ଟ କରୁନାହାନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ଅନେକ ଥର ବହୁ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ରାହୁଲ ମୋଦୀ ହେଉଛନ୍ତି ଜଣେ ଫିଲ୍ମ ରାଇଟର ଏବଂ ଆସିଷ୍ଟାଣ୍ଡ ଡାଇରେକ୍ଟର। ରାହୁଲ ପ୍ୟାର କା ପଞ୍ଚନାମା, ସୋନୁ କେ ଟାଟୁ କୀ ସ୍ୱିଟି ଏବଂ ତୁ ଝୁଟି ମେ ମକ୍କାର ଭଳି ଫିଲ୍ମର କାହାଣୀରେ କାମ କରିଛନ୍ତି। ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁରଙ୍କ ଭେଟ ମଧ୍ୟ ତୁ ଝୁଟି ମେ ମକ୍କାର ସମୟରେ ହୋଇଥିଲା। ଏହି ଫିଲ୍ମରେ ଶ୍ରଦ୍ଧା କପୁର ହିରୋଇନ ଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button