ରାଜ୍ୟ

ଦରମା ବନ୍ଦ ନେଇ ୩୦ ସିଏମ୍‌ସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ । ବିଳମ୍ବରେ ଅଫିସ୍ ଆସିବାରୁ ୩୦ ସିଏମ୍‌ସି କର୍ମଚାରୀଙ୍କୁ ସୋ’ କଜ୍‌ ନୋଟିସ୍ ଜାରି କଲେ ସିଏମ୍‌ସି କମିଶନର । ଏଥିସହ ଜଣେ OAS ଅଧିକାରୀଙ୍କୁ ସୋ’ କଜ୍‌ ନୋଟିସ୍ ଦିଆଯାଇଛି । ଅଫିସରେ ନଥିବାରୁ ଜଏଣ୍ଟ କମିଶନର ବରେନ୍ଦ୍ର ମହାନ୍ତିଙ୍କୁ ସୋ’ କଜ୍‌ ନୋଟିସ ଦିଆଯାଇଛି । କାହିଁକି ଦରମା ବନ୍ଦ ହେବନି ୨୪ ଘଣ୍ଟାରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଫିସ୍ ସମୟ ୧୦ଟା ଥିଲେ ମଧ୍ୟ କର୍ମଚାରୀ ମାନେ ଅଫିସରେ ନଥିଲେ । ଏମିତି କି ସିଏମସି କମିଶନର ୧୦ଟା ୩୦ ମିନିଟ୍ ସମୟରେ ଅଫିସ୍ ଆସି ଦେଖିବା ବେଳେ ଅଧିକାଂଶ ପିଅନ ଓ ଝାଡୁଦାର ମଧ୍ୟ ଅନୁପସ୍ଥିତ ଥିଲେ । ଆପଣମାନେ ଆଜି ସକାଳ ୧୦.୩୦ରେ ନିଜ ସିଟରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି । ଆପଣଙ୍କ ଅନୁପସ୍ଥିତି ଯୋଗୁ ଅଫିସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ ଆପଣମାନଙ୍କ ଦରମା କାହିଁକି ବନ୍ଦ କରା ନଯିବ ୨୯ତାରିଖ ଚିଠି ଅନୁଯାଇ ଏହାର କାରଣ ଦର୍ଶାଇବେ । ଏହାର ବ୍ୟତିକ୍ରମ ହେଲେ ନୋଟିସ ପାଇବାର ୨୪ଘଣ୍ଟା ମଧ୍ୟରେ କାରଣ ନ ଜଣାଇଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍‌ସି କମିଶନର କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button