ରାଜ୍ୟ

ଶିବାନୀଙ୍କୁ ମିଳିଲା ସହାୟତା

ଭୁବନେଶ୍ୱର: ବାତ୍ୟା ସମୟରେ ଅସହାୟଙ୍କ ପାଇଁ ସାହାରା ସାଜିଥିଲେ କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀ ମଣ୍ଡଳ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖୋଦ ମୁଖ୍ୟମନ୍ତ୍ରୀ ସିଧାସଳଖ ଶିବାନୀଙ୍କ ସହିତ କଥା ହେବା ସହ ତାଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଆଜି ଶିବାନୀଙ୍କ ଘରେ ପହଞ୍ଚି ସରକାର ସହାୟତାର ହାତ ବଢାଇଛନ୍ତି। ଶିବାନୀଙ୍କ ଘରକୁ ବିଡିଓ ନିଜେ ଯାଇ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀ ହେଳା କରି ନଥିଲେ। ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀକୁ ଆଣିଥିଲେ ଶୀବାନି। ଅସହାୟଙ୍କ ପାଇଁ ପାଲଟିଥିଲେ ଦେବଦୂତ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ତୁରନ୍ତ ଆବାସ ଘର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ଆଜି ବିଡିଓ ନିଜେ ଶିବାନୀଙ୍କ ଘରକୁ ଯାଇ ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଦେଇଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button