ମନୋରଞ୍ଜନ

ଏକ୍ସ-ବୟଫ୍ରେଣ୍ଡଙ୍କ ସହ ନାଚିଲେ ଶିଳ୍ପା

ମୁମ୍ବାଇ: ଏକ୍ସ-ବୟଫ୍ରେଣ୍ଡଙ୍କ ସହ ନାଚିଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ୩ ଦଶନ୍ଧି ପରେ ଶିଳ୍ପା ଓ ଅକ୍ଷୟ ଏକାଠି ନଜର ଆସିଛନ୍ତି। ଦୁହେଁ ନିଜ ଡ୍ୟାନ୍ସରେ ମଞ୍ଚ ଦୁଲକାଇ ଦେଇଥିଲେ। ଏତେ ଦିନ ପରେ ଏହି ଯୋଡ଼ିଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁସିବ୍ୟକ୍ତ କରିଛନ୍ତି ।

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ଅଭିନେତା ଅକ୍ଷୟ କୁମାରଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନ ଥିଲା । କିନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନ ଥିଲା । ଦୁହେଁ ପରସ୍ପରଠାରୁ ଅଲଗା ହୋଇ ନିଜ ଜୀବନରେ ଆଗକୁ ବଢ଼ିଥିଲେ। ନିକଟରେ ଶିଳ୍ପା ଏବଂ ଅକ୍ଷୟ ନିକଟରେ ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ଦୁହେଁ ଧଳା ରଙ୍ଗର ପୋଷାକରେ ନଜର ଆସିଥିଲେ । ଶିଳ୍ପା ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଅକ୍ଷୟ ଧଳା ରଙ୍ଗର ସୁଟ ପିନ୍ଧିଥିଲେ, ଯେଉଁଥିରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ। ଦୁହେଁ ମଞ୍ଚ ଉପରେ ଚୁରା କେ ଦିଲ ମେରା ଗୀତରେ ନାଚିଥିଲେ। ଏହି ଗୀତଟି ‘ମୈଁ ଖିଲାଡି ତୁ ଅନାରି’ ଚଳଚ୍ଚିତ୍ରର। ଏହି ଫିଲ୍ମରେ ଶିଳ୍ପା ଏବଂ ଅକ୍ଷୟ ଏକାଠି ନଜର ଆସିଥିଲେ। ଦୁହିଁଙ୍କ ଅଭିନୟ ପ୍ରଶଂସକମାନଙ୍କୁ ପାଗଳ କରିଦେଇଥିଲା।

ଶିଳ୍ପା ଏବଂ ଅକ୍ଷୟ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେମାନେ ମୈଁ ଖିଲାଡି ତୁ ଅନାରି, ଇନସାଫ, ଧଡକ, ଜାନୱାର ଭଳି ଫିଲ୍ମରେ ଏକାଠି ନଜର ଆସିଥିଲେ। ୯୦ ଦଶକରେ ଶିଳ୍ପା ଏବଂ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ଦୁହେଁ ୧୯୯୪ ମସିହାରେ ଫିଲ୍ମ ‘ମୈଁ ଖିଲାଡି ତୁ ଅନାରି’ ସମୟରେ ଦେଖା ହୋଇଥିଲେ। ଏହା ପରେ ସେମାନଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ୩ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ତା’ପରେ ସେମାନଙ୍କର ରାସ୍ତା ଅଲଗା ହୋଇଯାଇଥିଲା। ଏହା ପରେ ଶିଳ୍ପା ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଶିଳ୍ପା ଦୁଇଟି ସନ୍ତାନର ମା’। ଅକ୍ଷୟ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button