ଦେଶ- ବିଦେଶ

ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

ପ୍ରୟାଗରାଜ: ନବଜାତ ନାତିକୁ ନେଇ ମହାକୁମ୍ଭରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ସୋମବାର ତାଙ୍କ ପୁଅ ତଥା ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କ ସମେତ ସମଗ୍ର ଶାହାଙ୍କ ପରିବାର ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଛନ୍ତି। ଏଥିସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଅମିତ ଶାହା ତାଙ୍କ ନବଜାତ ନାତିକୁ ମଧ୍ୟ ମହାକୁମ୍ଭକୁ ସାଙ୍ଗରେ ଆଣିଛନ୍ତି। ଏକ ଭିଡିଓରେ ଶାହାଙ୍କ ନାତିକୁ ସନ୍ଥ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ, ଜୟ ଶାହା ତାଙ୍କ ପୁଅକୁ ସାଧୁସନ୍ଥଙ୍କ ପାଖକୁ ନେଇ ଯାଉଥିବାର ଦେଖାଯାଉଛି। ଏହି ସମୟରେ ଅମିତ ଶାହା ମଧ୍ୟ ସାଧୁସନ୍ଥମାନଙ୍କ ସହିତ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ଏହା ପରେ, ଅମିତ ଶାହା ତାଙ୍କ ନାତିକୁ କୋଳରେ ଧରି ସନ୍ଥମାନଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସୁଛି। ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ତିନିଜଣ ଜେଜେବାପା, ବାପା ଏବଂ ନାତି ଗେରୁଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ।

ମହାକୁମ୍ଭକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ସମଗ୍ର ବିଶ୍ୱକୁ ସମାନତା ଏବଂ ସମନ୍ୱୟର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ସଙ୍ଗମସ୍ଥଳ।’

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button