ଦେଶ- ବିଦେଶ

କିଶୋର କିଶୋରୀଙ୍କୁ ଯୌନ ଶିକ୍ଷା

କିଶୋରାବସ୍ଥାରେ ପ୍ରେମ ଅପରାଧ କି? ଚପଳମତି ବୟସରେ ପ୍ରେମ ହେଲେ କ’ଣ ହେବ? ଝିଅର ବୟସ ଯଦି ୧୮ ବର୍ଷ ହେବାକୁ ଗୋଟିଏ ଦିନ ବି ବାକି ଥିବ ଆଉ କୌଣସି ପୁରୁଷ ସହ ପ୍ରେମ କରି ବସିଥିବେ, ତେବେ ସେ ପୁଅର ଭବିଷ୍ୟତ କ’ଣ ହେବ? ଏଭଳି ଅନେକ ପ୍ରଶ୍ନ ଆଜି ଆମ ଚାରିପାଖରେ ଘୁରି ବୁଲୁଛି। ଦେଶର ସର୍ବୋଚ୍ଚ ଅଦାଲତ ବି ଏ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ପକ୍ସୋ ମାମଲା ସଂଖ୍ୟା ବଢି ଚାଲିଛି । ନାବାଳିକାଙ୍କୁ ପ୍ରେମ କରି ବି ଫସି ଯାଉଛନ୍ତି ଅନେକ ପୁରୁଷ। ବୟସର ସାମାନ୍ୟ ତାରତମ୍ୟ ବି ଅନେକ ପୁଅଙ୍କ ଜୀବନକୁ ବନ୍ଦୀ କରି ଦେଉଛି। ପଶ୍ଚିମବଙ୍ଗର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଆବେଦନ ବିଚାର ବେଳେ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି । ସମ୍ପୃକ୍ତି ଯୁବତୀଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ପ୍ରେମ କରୁଥିବା ଯୁବକକୁ ପୁଲିସ ଗିରଫ କରିଥିଲା । ଆଉ ସେବେଠାରୁ ଯୁବତୀଙ୍କ ପୁରୁଷବନ୍ଧୁ ଜେଲ୍‌ରେ। ଏଭଳି ମାମଲାରେ ସମ୍ବେଦନଶୀଳ ହେବା ଦରକାର ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ସହ ଦେଶରେ ଯୌନଶିକ୍ଷା ଆବଶ୍ୟକ ବୋଲି କହିଛନ୍ତି । କିଶୋରାବସ୍ଥାରେ ପ୍ରେମ ଓ ଯୌନ ସମ୍ପର୍କ କିପରି ପକ୍ସୋ ମାମଲା ବଢ଼ାଉଛି, ତାହାର ଏଭଳି ଅନେକ ଉଦାହରଣ ରହିଛି । ଯାହାକୁ ନେଇ ଅଭିଭାବକ ମହଲରେ ବି ଚିନ୍ତା ବଢ଼ିଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button