ଦେଶ- ବିଦେଶ

ସୀମା ଯିବେନି ମହାକୁମ୍ଭ: ତାଙ୍କ ଓକିଲ ଢାଳିବେ ୫୧ ଲିଟର କ୍ଷୀର

ନୋଇଡ଼ା: ପ୍ରେମ ପାଇଁ ନିଜର ୪ ପିଲାଙ୍କୁ ଧରି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ । ଏବେ ସେ ମହାକୁମ୍ଭରେ ୫୧ ଲିଟର କ୍ଷୀର ଚଢାଇବେ । ଏ ନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି । ସୀମା ବର୍ତ୍ତମାନ ଗର୍ଭବତୀ ଥିବା କାରଣରୁ ମହାକୁମ୍ଭରେ ସାମିଲ ହୋଇ ପାରିବେ ନାହିଁ ଯାହା ପାଇଁ ଏବେ ତାଙ୍କ ଓକିଲ ସୀମାଙ୍କ ଲାଗି ଯିବେ ମହାକୁମ୍ଭ । ଆଉ କ୍ଷୀର ଚଢାଇବେ ।

ଗ୍ରେଟର ନୋଇଡାରେ ସ୍ୱାମୀ ସଚିନ ମିଣାଙ୍କ ସହ ରହୁଛନ୍ତି ସୀମା । ସେ ସର୍ବଦା ହିନ୍ଦୁ ରୀତିନୀତିକୁ ପାଳନ କରି ଆସୁଥିବା ବେଳେ ଏବେ ମହାକୁମ୍ଭକୁ ଯିବା ପାଇଁ ଚିନ୍ତା କରିଥିବା ଖବର ରହିଛି। ତେବେ ମହାକୁମ୍ଭରେ ସଚିନ ଓ ସୀମା ୫୧ ଲିଟର ଗାଈ କ୍ଷୀର ଚଢ଼ାଇବେ ବୋଲି ଯୋଜନା କରିଛନ୍ତି । ତେବେ ସୀମା କହିଛନ୍ତି ଯେ, ଟିଭି ଓ ସୋସିଆଲ୍ ମିଡିଆରେ ସେ ମହାକୁମ୍ଭ ଦର୍ଶନ କରିବେ। ଏହାସହିତ ସେ ସମସ୍ତଙ୍କୁ ମହାକୁମ୍ଭ ଦର୍ଶନ କରିବାକୁ ନିବେଦନ କରିଛନ୍ତି । ୨୦୨୩ରେ ମୁସଲିମ୍ ବୋହୂ ସୀମା ହାଇଦର ସ୍ୱାମୀଙ୍କୁ ଛାଡ଼ି ୪ ପିଲାଙ୍କୁ ସାଥୀରେ ନେଇ ନୋଏଡା ଆସିଥିଲେ । ଅନଲାଇନ୍ ଗେମ୍ ଖେଳି ସୀମା ସଚିନଙ୍କୁ ଭେଟିଥିଲେ । ଯାହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button