ସତ୍ୟପାଲଙ୍କ ଦୁଇଟି କିଡନୀ ଫେଲ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅସୁସ୍ଥ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସତ୍ୟପାଲଙ୍କର ଦୁଇଟି କିଡନୀ ଫେଲ୍ ହେବା ପରେ ସେ ଅସୁସ୍ଥ ଥିବା ନେଇ ଖୋଦ୍ ସତ୍ୟପାଲ ମଲ୍ଲିକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ତେବେ ମେ ୧୧ ତାରିଖରୁ ସତ୍ୟପାଲ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ସେଠାରେ ଚିକିତ୍ସା ଚାଲିଛି । ହସ୍ପିଟାଲ ବେଡରେ ଶୋଇଥିବା ଅବସ୍ଥାର ଫଟୋ ଛାଡି ସତ୍ୟପାଲ ଲେଖିଛନ୍ତି-
ମୋର ଅନେକ ଶୁଭଚିନ୍ତକମାନେ ମତେ ଫୋନ୍ କରୁଛନ୍ତି ହେଲେ ମୁଁ ସେମାନଙ୍କ ଫୋନ୍ ଉଠାଇବାକୁ ଅସମର୍ଥ । ମେ ୧୧ ତାରିଖରୁ ମୁଁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଛି । ସଂକ୍ରମଣ କାରଣରୁ ହସ୍ପିଟାଲରେ ଥିବା ବେଳେ ତିନି ଦିନ ତଳେ କିଡନୀ ଡାଏଲିସିସ୍ ଚାଲିଛି । ସତ୍ୟପାଲ ମଲ୍ଲିକଙ୍କ ପରିସ୍ରା ସଂକ୍ରମଣ ଜନିତ ଗମ୍ଭୀର ଜଟିଳତାରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସେ ନିଜେ ଫଟୋ ଛାଡି ନିଜ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇଛନ୍ତି ।