ଦେଶ- ବିଦେଶ

ଭୁଲରେ ଆକାଉଣ୍ଟକୁୁ ଆସିଲା ୧୬ଲକ୍ଷ ଟଙ୍କା, ଫେରାଇବାକୁ ସିଧା ମନା କଲେ ଚାଷୀ

ଅଜମେର: ଭୁଲରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧୬ଲକ୍ଷ ଟଙ୍କା। ହେଲେ ଫେରାଇବାକୁ ସିଧା ସିଧା ମନା କରିଦେଲେ ଚାଷୀ। ଅନେକ ଚେଷ୍ଟା ପରେ ଟଙ୍କା ନ ମିଳିବାରୁ ପୋଲିସର ଦ୍ୱାରସ୍ଥ ହେଲା ବ୍ୟାଙ୍କ। ଏପରି ଏକ ଘଟଣା ଘଟିଛି ରାଜସ୍ଥାନର ଅଜମେରରେ।

ଅଜମେର କିଶନଗଡ଼ର ଆର୍ନି ଥାନା ଅନ୍ତର୍ଗତ ଛୋଟା ଲାମ୍ବା ଗାଁର ବାସିନ୍ଦା ଚାଷୀ କନାରାମ ଜାଟ । ହଠାତ୍ ତାଙ୍କ ବ୍ୟାଙ୍କ ଅଫ୍ ବରୋଦା ଆକାଉଣ୍ଟକୁ ଆସିଗଲା ୧୬ ଲକ୍ଷ ଟଙ୍କା । ଏତେ ପରିମାଣର ଟଙ୍କା ଦେଖି କନାରାମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ସେ ନିଜର ଋଣ ପରିଶୋଧ ପାଇଁ ସେଥିରୁ ୧୫ଲକ୍ଷ ଟଙ୍କା ବ୍ୟବହାର କଲେ ।

ଗତ ୩୧ତାରିଖରେ ନ୍ୟୁ ଇଣ୍ଡିଆ ବୀମା କମ୍ପାନିକୁ ଫସଲ ବୀମା ପ୍ରିମିୟମ ଭାବରେ ପଠାଯିବାକୁ ଥିବା ରାଶି ଭୁଲବଶତଃ କନାରାମଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିବା ବ୍ୟାଙ୍କ ଜାଣିବାକୁ ପାଇଥିଲା। ଏହା ପରେ କନାରାମଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଟଙ୍କା ଫେରାଇବାକୁ ରୋକଠୋକ୍ ମନା କରି ଦେଇଥିଲେ। ଆସିଥିବା ଟଙ୍କାକୁ ସେ ଋଣ ପରିଶୋଧ କରିବାରେ ବ୍ୟବହାର କରିସାରିଥିବା କହିଥିଲେ। ବ୍ୟାଙ୍କର ମ୍ୟାନେଜର ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ଆଉ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଯେ, ଯଦି କନାରାମ ଟଙ୍କା ନ ଫେରାନ୍ତି ତେବେ ତାଙ୍କ ଜମି ନିଲାମ କରି ଆମେ ୧୬ଲକ୍ଷ ଟଙ୍କା ଆଣିବୁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button